/odishatv-khabar/media/post_attachments/uploadimage/library/16_9/16_9_0/IndiGo_1678687469.jpg)
IndiGo
ପାକିସ୍ତାନରେ ଜରୁରୀକାଳୀନ ଅବତରଣ କଲା ଇଣ୍ତିଗୋ ବିମାନ । ଦିଲ୍ଲୀରୁ ଦୋହା ଯାଉଥିବା ଇଣ୍ତିଗୋ ବିମାନଟି ପାକିସ୍ତାନର କରାଚୀରେ ଏମରଜେନ୍ସି ଲ୍ୟାଣ୍ତିଂ କରିଛି । ଇଣ୍ତିଗୋ ପକ୍ଷରୁ କୁହାଯାଇଛି ଯେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଗୁରୁତର ହୋଇପଡ଼ିବାରୁ ବିମାନକୁ କରାଚୀରେ ଲ୍ୟାଣ୍ତ କରିବାକୁ ବାଧ୍ୟ ହୋଇଥିଲେ । ପାକିସ୍ତାନ ସରକାରଙ୍କ ଅନୁମତିରେ ବିମାନକୁ ଅବତରଣ କରାଯାଇଥିଲା ।
Doha bound IndiGo flight diverted to Pakistan's Karachi due to a medical emergency onboard, says an airline official to ANI. pic.twitter.com/KuVJoIJmwm
— ANI (@ANI) March 13, 2023
ବିମାନ ଅବତରଣ ପରେ ମେଡ଼ିକାଲ ଟିମ୍ ଯାତ୍ରୀର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯାତ୍ରୀ ଜଣକ ନାଇଜେରିଆର ବାସିନ୍ଦା ଥିଲେ । ଇଣ୍ତିଗୋ ବିମାନ ମୃତଶରୀରକୁ ନେଇ ଦିଲ୍ଲୀ ଫେରି ଆସିଥିଲା । ଏହି ଘଟଣାକୁ ନେଇ ଇଣ୍ତିଗୋ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)