Advertisment

ବାୟୁସେନାକୁ ଶକ୍ତିଶାଳୀ କରିବ ‘ପ୍ରଚଣ୍ତ’

ଭାରତୀୟ ବାୟୁ ସେନାରେ ଶକ୍ତି ବୃଦ୍ଧି ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍)କୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି। ଏହି ଲଢ଼ୁଆ ବିମାନର ନାଁ ରହିଛି ପ୍ରଚଣ୍ଡ। ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ।

author-image
Manoranjan Behera
ଅଦ୍ୟତନ ହୋଇଛି
Light Combat Helicopter

Prachand

ଭାରତୀୟ ବାୟୁସେନାରେ ସାମିଲ ହେଲା ଏଲ୍‌ସିଏଚ୍, ଲାଇଟ୍ କମ୍ବାଟ ହେଲିକପ୍ଟର । ଏହାର ନାଁ ରଖା ଯାଇଛି ପ୍ରଚଣ୍ଡ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଏୟାରଫୋର୍ସ ମୁଖ୍ୟ ଚିଫ୍ ଏୟାର ମାର୍ଶଲ ଭିଆର୍ ଚୌଧୁରୀଙ୍କ ଉପସ୍ଥିତିରେ ରାଜସ୍ଥାନ ଯୋଧପୁର ଏୟାରବେସ୍‌ରେ ପ୍ରଚଣ୍ଡକୁ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି ।

Advertisment

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ପ୍ରଚଣ୍ଡ ସବୁ ପରିସ୍ଥିତିରେ କାମ କରିପାରିବ । ହିନ୍ଦୁସ୍ଥାନ ଏରୋନଟିକାଲ ଦ୍ୱାରା ନିର୍ମିତ ଏହି ହେଲିକପ୍ଟରର ଓଜନ ୫ ଦଶମିକ ୮ ଟନ୍ । ଏଥିରେ ଥିବା କ୍ଷେପଣାସ୍ତ୍ର ଟ୍ୟାଙ୍କ ଓ ଅଳ୍ପ ଉଚ୍ଚତାରେ ଉଡୁଥିବା ଯୁଦ୍ଧ ବିମାନକୁ ଧ୍ୱଂସ କରିପାରିବ । ଏହା ୫ ହଜାର ମିଟର ଉଚ୍ଚତାରେ ଉଡାଣ ଭରିବା ସହ ଯେ କୌଣସି ପରିସ୍ଥିତିରେ ଅବତରଣ କରିପାରିବ । ପ୍ରଚଣ୍ଡର ବିଶେଷତ୍ୱ ହେଲା ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଏହା ବଢିଆ କାମ କରିଥାଏ ।

ତେଣୁ ହିମାଳୟ ଅଞ୍ଚଳରେ ଚୀନକୁ ଚେକ୍ ମେଟ୍ ଦେବ ଏହି ଲାଇଟ୍ କମ୍ବାଟ ହେଲିକପ୍ଟର । ଉଚ୍ଚ ପାର୍ବତ୍ୟାଞ୍ଚଳରେ ଶତ୍ରୁ ପକ୍ଷର ଧ୍ୱଂସ କରିବାରେ, ଜଙ୍ଗଲରେ କାଉଣ୍ଟର ଇନ୍‌ସରଜେନ୍ସି ଅପରେସନ ଏପରିକି ସହରାଞ୍ଚଳରେ ମଧ୍ୟ ଏହା ବହୁତ ଭଲ କାମ କରିବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୯୫ଟି ଏଲ୍‌ସଏଚ୍ ଆର୍ମିକୁ ଦିଆଯିବ ଓ ୬୫ଟି ଏଲ୍‌ସଏଚ୍ ବାୟୁସେନାକୁ ଦିଆଯିବ । ବାୟୁସେନାର ପ୍ରଚଣ୍ଡକୁ ସାମିଲ କରାଯିବା ଅବସରରେ ନିଜେ ରାଜନାଥ ସିଂହ ଏହି କାଟ ହେଲିକପ୍ଟରରେ ଉଡ଼ିଛନ୍ତି ।

Advertisment
IAF Light Combat Helicopter Prachand
Advertisment
Advertisment