Advertisment

India's Diplomacy Moves Against Pakistan: ନାମ ନେଲା ପାକିସ୍ତାନ...!, ହାତରେ ନମାରି ଭାତରେ ମାରୁଛି ଭାରତ

ପାକ୍ ମିଡିଆର ଦାବି ଭାରତ ଆରମ୍ଭ କରିଦେଇଛି ୱାଟର ଆଟାକ୍ । ବିନା ସତର୍କ ସୂଚନାରେ ଉରି ଡ୍ୟାମ୍ ଖୋଲି ଦେବାରୁ ଝେଲମ୍ ନଦୀରେ ଅଚାନକ୍ ଜଳ ପ୍ରବାହ ବଢ଼ିଛି । ଯେଉଁଥିପାଇଁ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ଗତକାଲିଠୁ ଭୀଷଣ ବନ୍ୟା ସ୍ଥିତି ଉପୁଜିଛି ।

ଅଦ୍ୟତନ ହୋଇଛି
ଆଗ ବୁଡ଼ି ମରିବ ଆତଙ୍କୀସ୍ଥାନ !

ଆଗ ବୁଡ଼ି ମରିବ ଆତଙ୍କୀସ୍ଥାନ !

Advertisment

ପହଲଗାମ୍ ହମଲା ପରେ ଭାରତ ଆରମ୍ଭ କରିଦେଇଛି କି ୱାଟର ୱାର୍? ଶୋଷିଲା ମରିବ କହୁଥିଲେ, ହେଲେ ତା ଆଗରୁ ପାକିସ୍ତାନର ଏବେ ବୁଡ଼ି ମରିବା ସ୍ଥିତି । ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରି ଭାରତ ଖେଳିଥିବା କୁଟନୈତିକ ମାଷ୍ଟର ଷ୍ଟ୍ରୋକ୍ ପରେ ଏବେ ପାଣି ପାଣି ପାକିସ୍ତାନ । ପାକ୍ ମିଡିଆର ଅଭିଯୋଗ ଝେଲମ୍ ନଦୀରେ ଭାରତ ଅଚାନକ୍ ପାଣି ଛାଡ଼ି ଦେବାରୁ ମୁଜାଫରାବାଦରେ ଭୟଙ୍କର ବନ୍ୟାସ୍ଥିତି ଉପୁଜିଛି ।

Advertisment

ପାକ୍ ମିଡିଆର ଦାବି ଭାରତ ଆରମ୍ଭ କରିଦେଇଛି ୱାଟର ଆଟାକ୍ । ବିନା ସତର୍କ ସୂଚନାରେ ଉରି ଡ୍ୟାମ୍ ଖୋଲି ଦେବାରୁ ଝେଲମ୍ ନଦୀରେ ଅଚାନକ୍ ଜଳ ପ୍ରବାହ ବଢ଼ିଛି । ଯେଉଁଥିପାଇଁ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ଗତକାଲିଠୁ ଭୀଷଣ ବନ୍ୟା ସ୍ଥିତି ଉପୁଜିଛି ।

ଏପରିକି, କିଛି ପାକ୍ ଗଣମାଧ୍ୟମର ସୂଚନା ଅନୁଯାୟୀ, ଝେଲମ୍ ନଦୀର ପାଣି ୧୯୯୨ ମସିହାର ରେକର୍ଡ ଭାଙ୍ଗି ମାଡ଼ି ଚାଲିଛି । ଝେଲମ୍ ଓ ଏହାର ଉପନଦୀ ଅନେକ ସ୍ଥାନରେ ଅଚାନକ ୨୦ ଫୁଟ୍ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାରୁ ହାହାକାର ଖେଳିଯାଇଛି । ସ୍ଥିତିକୁ ଦେଖି ପାକିସ୍ତାନ ସରକାର ମୁଜାଫରାବାଦ ସମେତ ହଟ୍ଟିଆନ୍ ବାଲା ଜିଲ୍ଲାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଭାରତ ନେଇଛି ୭ ଟି ବଡ଼ ପଦକ୍ଷେପ ; ଦୁର୍ବଳ ହେବ ପାକିସ୍ତାନ.. ଆକ୍ରମଣ କରିବ ଭାରତ !

ନଦୀ ଅବବାହିକା ଏବଂ ବନ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ମସଜିଦ୍ ଗୁଡ଼ିକରୁ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ଅହରହ ସତର୍କ କରାଯାଉଥିବା ବେଳେ ସ୍ଥିତିର ମୁକାବିଲା ପାଇଁ ଯେମିତି ବାଟ ପାଉନି ସ୍ଥାନୀୟ ପ୍ରଶାସନ । ଜଳ ପ୍ରବାହ ସଂପର୍କରେ କୌଣସି ଆଗୁଆ ସୂଚନା ନମିଳିବା ସ୍ଥାନୀୟ ପ୍ରଶାସନ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Advertisment

ଏପରିକି ସୋସିଆଲ ମିଡିଆରେ ବନ୍ୟାର ଭୟବହତାକୁ ନେଇ କିଛି ସ୍ଥାନୀୟ ବାସିନ୍ଦା ଭିଡିଓ ବି ପୋଷ୍ଟ କରୁଛନ୍ତି । ତେବେ ଝେଲମ୍ ବନ୍ୟା ସଂପର୍କରେ ପାକିସ୍ତାନ ସରକାର ପକ୍ଷରୁ ଏଯାଏଁ କୌଣସି ବିଦ୍ଧିବଦ୍ଧ ପ୍ରତିକ୍ରିୟା ଆସିନାହିଁ । ଭାରତ ପକ୍ଷରୁ ମଧ୍ୟ ତତ୍କାଳ ଏନେଇ କୌଣସି ପ୍ରତିକ୍ରିୟା ଆସି ନଥିବା ବେଳେ ବିଶେଷଜ୍ଞଙ୍କ ମତ ସିନ୍ଧୁ ଜଳ ଚୁକ୍ତି ବାତିଲ ପରେ ଏହା ହେବାର ହିଁ ଥିଲା।

ପହଲଗାମ ଆତଙ୍କୀ ହମଲା ପରେ ଉଭୟ ଭାରତ ଓ ପାକିସ୍ତାନ ଦେଇ ବହୁଥିବା ୬ଟି ନଦୀର ଜଳ ଭାଗବଣ୍ଟା ପାଇଁ ୧୯୬୦ରେ ସ୍ବାକ୍ଷରିତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରି ଦେଇଥିଲେ ଭାରତ ସରକାର । ହାତରେ ନମାରି ଭାତରେ ମାରିବା ନ୍ୟାୟରେ ପାକିସ୍ତାନ ବିରୋଧରେ କୁଟନୈତିକ ମାଷ୍ଟର ଷ୍ଟୋକ୍ ଖେଳିଥିଲା ଭାରତ ।

ଉପରମୁଣ୍ଡରୁ ଜଳ ପ୍ରବାହ ରୋକିଲେ ମରୁଡ଼ି, ସୂଚନା ନଦେଇ ଛାଡ଼ିଲେ ବି ପାକିସ୍ତାନରେ ପ୍ରଳୟ । ଯାହାର ଏବେ ଇଏ ଟ୍ରେଲର ବୋଲି କୁହାଯାଉଛି । ଚୁକ୍ତି ରଦ୍ଦ ପରେ ଏବେ ଖରା ଦିନେ ବରଫ ତରଳିବା କାରଣରୁ ଦେଖା ଦେଇଥିବା ବନ୍ୟା ସ୍ଥିତି ବାବଦରେ ଭାରତ ସୂଚନା ନଦେବାରୁ ମାତ୍ର ଦୁଇ ଦିନରେ ଯଦି ଏମିତି ହାଲତ୍, ବର୍ଷା ଦିନେ ଯେ କଣ ହେବ ତାକୁ ନେଇ ବାଉଳି ଖାଇଗଲାଣି ପାକିସ୍ତାନ ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

Pakistan Pahalgam Attack Pahalgam Terrorist Attack India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ