• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇତିହାସ ପାଲଟିବ ରାଜଧାନୀ, ଦୂରନ୍ତ ଓ ଶତାବ୍ଦୀ ଏକ୍ସପ୍ରେସ୍ । ଆଗକୁ ଦେଶର ଏହି ୩ଟି ପ୍ରିମିୟମ ଟ୍ରେନକୁ ରେଲେଓ୍ୱ ଟ୍ରାକରୁ ହଟାଇ ଦିଆଯିବ । ଏହା ବଦଳରେ ଦୌଡ଼ିବ ସେମି ହାଇସ୍ପିଡ୍ ଟ୍ରେନ୍- ବନ୍ଦେ ଭାରତ । ଆପଣ ଯଦି ଏହି ୩ଟି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଜାଣିବା ଜରୁରୀ । କାରଣ ଚର୍ଚ୍ଚା ହେଉଛି ଆଗକୁ ଦେଶରେ ଏହି ୩ ପ୍ରମୁଖ ଏକ୍ସପ୍ରେସ ଟ୍ରେନ ଚଳାଚଳ ବନ୍ଦ କରିବାକୁ ଯାଉଛନ୍ତି ସରକାର ।

ତେବେ ବନ୍ଦେ ଭାରତର ବୈଶିଷ୍ଟ୍ୟ କଣ ରହିବ, ଏହା କେତେ ସ୍ପିଡରେ ଚାଲିବ

ଘଣ୍ଟା ପ୍ରତି ୧୬୦ରୁ ୨୬୦ କିଲୋମିଟର ବେଗରେ ଦୌଡୁଥିବା ଏହି ଟ୍ରେନକୁ ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର । ଦେଶର ସମସ୍ତ ମହାନଗର ଗୁଡ଼ିକୁ ଏହି ଟ୍ରେନ୍‌ ଚଳାଚଳ କରିବାକୁ ଯୋଜନା ରହିଛି । ରେଲେଓ୍ୱ କହିଛି ଯେ, ଆଗାମୀ ୨ ବର୍ଷ ଭିତରେ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-କୋଲକାତା ମଧ୍ୟରେ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ । ରେଲେଓ୍ୱ ଦେଶର ସମସ୍ତ ମହାନଗର ଏବଂ ବଡ଼ ବଡ଼ ସହର ଗୁଡିକୁ ସଂଯୋଗ କରିବାକୁ ଯୋଜନା ରଖିଛି ।

ସମସ୍ତ ହାଇସ୍ପିଡ୍ ଟ୍ରେନକୁ ଚଳାଇବାକୁ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାକ୍, ସିଗନାଲିଂ ସିଷ୍ଟମ, ଇଂଜିନ ଏବଂ ରେଲେଓ୍ୱ ଟ୍ରାକୁ ଉନ୍ନତୀକରଣର ଆବଶ୍ୟକତା ପଡ଼ିବ । ଘଣ୍ଟାପ୍ରତି ୧୬୦ରୁ ୨୬୦ କିଲୋମିଟର ବେଗରେ ଦୌଡ଼ିବାକୁଥିବା ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଜରିଆରେ ଯାତ୍ରାର ଅବଧିକୁ କମ୍ କରାଯାଇପାରିବ ।

ଏବେ ଦେଶରେ ଚାଲୁଥିବା ଟ୍ରେନ ଗୁଡିକ ପୁରୁଣା ଜ୍ଞାନକୌଶଳରେ ନିର୍ମିତ ଟ୍ରାକରେ ଚାଲୁଛି । ଏହି ଟ୍ରାକରେ ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଭଳି ସୁପରଫାଷ୍ଟ ଟ୍ରେନ୍ ଗୁଡ଼ିକୁ ବଦଳାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଚଳାଇବାକୁ ଯୋଜନା ରହିଛି । ଆସନ୍ତା ବର୍ଷ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ଯୋଜନା ରହିଛି । ଏଥିଲାଗି ସରକାର ପ୍ରାୟ ୪୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ଏବେ ଦିଲ୍ଲୀ ଓ ଜାମ୍ମୁ କାଶ୍ମୀରର କାଟ୍ରା ମଧ୍ୟରେ ଚାଲିଛି ବନ୍ଦେ ଭାରତ ଟ୍ରେନ୍ ।

ଆଗାମୀ ଦିନରେ ବନ୍ଦେ ଭାରତ ଟ୍ରେନର ଅପଡେଟ୍ ଭର୍ସନ ଉପରେ ଅନୁସନ୍ଧାନ ଚାଲିଛି । ଏହି ଟ୍ରେନକୁ ଘଣ୍ଟାପ୍ରତି ୨ଶହ, ୨୨୦, ୨୪୦ ଏବଂ ୨୬୦ କିଲୋମିଟର ଗତିରେ ଚଳାବାକୁ ଯୋଜନା ଚାଲିଛି । ଏହି ଟ୍ରେନର ଯେତେ ଅପଡେଟ୍ ଭର୍ସନ ଆସିବ, ଏହାର ଗତିକୁ ଧିରେ ଧିରେ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି । ଆଗାମୀ ଦିନରେ ଦିଲ୍ଲୀ- ହାୱଡା ଏବଂ ଦିଲ୍ଲୀ- କୋଲକାତା ମଧ୍ୟରେ ସେମି ହାଇସ୍ପିଟ୍ ଟ୍ରେନ୍ ବନ୍ଦେ ଭାରତ ଚଳାଇବା ଲାଗି କାମ ଆରମ୍ଭ ହୋଇଗଲାଣି । ଉଭୟ ରୁଟରେ ଟ୍ରାକ୍ ଅପଗ୍ରେଡେସନ୍ କାମ ସମ୍ପୂର୍ଣ୍ଣ ହୋଇସାରିଛି ।