/odishatv-khabar/media/post_attachments/uploadimage/library/16_9/16_9_0/Drunk_TT_1678794974.jpg)
Drunk TT
କିଛିଦିନ ହେବ ଫ୍ଲାଇଟ୍ରେ ଯାତ୍ରୀଙ୍କ ହଙ୍ଗାମା ଭିଡିଓକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଛି । କେତେବେଳେ ଉଡ଼ନ୍ତା ବିମାନରେ ଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ତ କେତେବେଳେ ମହିଳା ଯାତ୍ରୀଙ୍କ ଉପରେ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିବା ଘଟଣା, ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟୁଛି । ତେବେ କେବଳ ଫ୍ଲାଇଟ୍ କାହିଁକି ଟ୍ରେନ୍ରେ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ରବିବାର ପଞ୍ଜାବ ଅମୃତସର୍ରୁ କୋଲକାତାକୁ ଆସୁଥିବା ଅକଲ୍ ତଖ୍ତ ଏକ୍ସପ୍ରେସର ଟିଟିଇଙ୍କ ବିରୁଦ୍ଧରେ ଯାତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଟ୍ରେନ ଚାଲୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟିଟିଇ ଶୋଇଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି । ମହିଳାଙ୍କ ହୋହାଲ୍ଲା ପରେ ତାଙ୍କ ସ୍ୱାମୀ ଓ ଅନ୍ୟ ଯାତ୍ରୀ ମାନେ ଟିଟିଇକୁ ଅଟକ ରଖି ସୋମବାର ଚାରବାଗ୍ ଜିଆର୍ପି ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ଚାରବାଗ୍ ଜିଆର୍ପିର ଇନ୍ସ୍ପେକ୍ଟର ନବରତ୍ନ ଗୌତମଙ୍କ ସୂଚନାନୁଯାୟୀ, ଅମୃତସର୍ର ବାସିନ୍ଦା ରାଜେଶ ଓ ତାଙ୍କ ପତ୍ନୀ ଅକଲ୍ ତଖ୍ତ ଏକ୍ସପ୍ରେସରେ A-1 କୋଚ୍ରେ କୋଲକାତାକୁ ଯାତ୍ରା କରୁଥିଲେ । ଅଧରାତ୍ରୀରେ ଏକ ନିନ୍ଦନୀୟ ଘଟଣା ଘଟାଇଥିଲେ କାର୍ଯ୍ୟରତ ଟିଟିଇ ମୁନ୍ନା କୁମାର । ନିଶାସକ୍ତ ଅବସ୍ଥାରେ ମୁନ୍ନା କୁମାର ଟ୍ରେନ୍ରେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିଲେ । ଏହାପରେ ମୁନ୍ନାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ଏବଂ ପୋଲିସ୍ ତାଙ୍କୁ ଗିରଫ କରିଛି।
ପୂର୍ବରୁ ଏଭଳି ଘଟଣା ଚଳନ୍ତା ବିମାନରେ ବି ଘଟିଥିଲା । ଏୟାର ଇଣ୍ତିଆ ଫ୍ଲାଇଟ୍ରେ କାମ କରୁଥିବା କ୍ର୍ୟୁ ମେମ୍ବର ଶଙ୍କର ମିଶ୍ର ନିଶାସକ୍ତ ଅବସ୍ଥାରେ ତାଙ୍କ ପାଖରେ ବସିଥିବା ମହିଳାଙ୍କ ଉପରେ ପରିସ୍ରା କରିଥିଲେ । ଯେଉଁଥି ପାଇଁ ତାଙ୍କୁ ୪ ମାସ ପାଇଁ ନିଲମ୍ବିତ କରାଯାଇଥିଲା । ତେବେ ଏହି ଖବର ଲୋକଙ୍କୁ ମନୋରଞ୍ଜନ କରୁଥିଲେ ମଧ୍ୟ ସମାଜରେ ବେଶ୍ ନିନ୍ଦନୀୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)