/odishatv-khabar/media/post_attachments/uploadimage/library/16_9/16_9_0/____1659859907.jpg)
Indian-origin Woman Ends Life In New York
‘ମୋ ମୃତ୍ୟୁ ପାଇଁ ମୋ ସ୍ୱାମୀ ଓ ଶାଶୁ ଘର ଲୋକେ ଦାୟୀ। କାରଣ ସେମାନେ ମୋତେ ବଞ୍ଚିବାକୁ ଦେଲେ ନାହିଁ। ସେମାନେ ୮ ବର୍ଷ ହେଲାଣି ମୋତେ ମାଡ଼ ମାରି ଆସୁଛନ୍ତି’...ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ କରି ଏଭଳି କହିଛନ୍ତି ଜଣେ ମହିଳା। ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହ ଘରେ ଭିତରେ ବନ୍ଦ କରି ରଖୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ। ଶେଷରେ ନିର୍ଯାତନା ଏତେ ଅତିଷ୍ଠ ହୋଇ ଯାଇଥିଲା ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଆମେରିକାର ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବ ମନଦୀପ କୌର ଆତ୍ମହତ୍ୟା କରିଛନ୍ତି।
୩୦ ବର୍ଷୀୟ ମନଦୀପ ମୃତ୍ୟୁ ପୂର୍ବର ଶେଷ ଭିଡିଓରେ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ମନଦୀପଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଫାଶୀ ଦିଆଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି।
Indian-origin Woman Ends Life In New Yorkମନଦୀପ କୌର ବିଜନୌରର ତାହରପୁର ଗାଁରେ ରହୁଥିଲେ। ସେଠାରୁ କିଛି ଦୂର ବଡିଆ ଗାଁରେ ତାଙ୍କ ଶ୍ୱଶୁର ଘର। ସେଠାରେ ଶାଶୁ-ଶ୍ୱଶୁର ରହୁଥିଲେ। ମନଦୀପଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ୨୦୧୫ ମସିହା ଫେବୃଆରୀ ୧ରେ ବଡିଆ ଗାଁର ରଣଜୋତ୍ ବୀର୍ ସିଂଙ୍କ ସହ ତାଙ୍କର ବିବାହ ହୋଇଥିଲା। ସେହି ସମୟରେ ରଣଜୋତ୍ ଶିପ୍ କର୍ପୋରେସନ୍ରେ କାର୍ଯ୍ୟରତ ଥିଲେ। ହେଲେ ୨୦୧୮ ମସିହାରେ ସେ ଚାକିରି ଛାଡ଼ି ମନଦୀପଙ୍କୁ ନେଇ ନ୍ୟୁୟର୍କ ଚାଲି ଯାଇଥିଲେ।
ମନଦୀପ ୨ ଝିଅଙ୍କୁ ମନଦୀପ ଜନ୍ମ ଦେବାରୁ ଶାଶୁ ଘର ଲୋକେ ମନଦୀପଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। କାରଣ ଶାଶୁ ଘର ଲୋକେ ପୁଅ ଚାହୁଁଥିଲେ। ଏପରିକି ରଣଜୋତ୍ ନିଶାସକ୍ତ ଅବସ୍ଥାରେ ମନଦୀପଙ୍କୁ ମାର୍ପିଟ୍ କରିବା ସହ ରୁମ୍ ଭିତରେ ବନ୍ଦ କରି ରଖୁଥିଲେ। ଅନେକ ଥର ସେ ମନଦୀପଙ୍କୁ ଜୀବନରୁ ମାରି ଦେବା ପାଇଁ ପ୍ରୟାସ ମଧ୍ୟ କରିଥିଲେ।
Indian-origin Woman Ends Life In New York୨୦୧୨ ମସିହାରେ ମାମଲା ଏତେ ଗମ୍ଭୀର ହୋଇଯାଇଥିଲା ଯେ, ନ୍ୟୁୟର୍କରେ ସ୍ୱାମୀଙ୍କ ବିରୋଧରେ ମନଦୀପ ମାର୍ପିଟ୍ ଓ ନିର୍ଯାତନା ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ଏହାପରେ ଶାଶୁ ଘର ଲୋକେ ତାଙ୍କୁ ଭୁଲ୍ ମାଗିବା ସହ ମନଦୀପଙ୍କୁ ବୁଝାସୁଝା କରିଥିଲେ। କିଛିଦିନ ପର୍ଯ୍ୟ୍ତ ସବୁକିଛି ଠିକ୍ଠାକ୍ ଚାଲିଥିଲା। ହେଲେ ପରେ ପୁଣିଥରେ ମନଦୀପଙ୍କୁ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ମନଦୀପଙ୍କୁ ମାଡ଼ ମରାଯିବାର ଅନେକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଶେଷରେ ମାର୍ପିଟ୍ ଓ ନିର୍ଯାତନାରେ ମନଦୀପ ଏତେ ଅତିଷ୍ଠ ହୋଇ ଯାଇଥିଲା ଯେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ କରି ତାଙ୍କର ଏଭଳି ଅବସ୍ଥା ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକଙ୍କୁ ସେ ଦାୟୀ କରିଥିଲେ। ସେ କହିଥିଲେ ଯେ, ‘ମୋ ମୃତ୍ୟୁ ପାଇଁ ମୋ ସ୍ୱାମୀ ଓ ଶାଶୁ ଘର ଲୋକେ ଦାୟୀ। କାରଣ ସେମାନେ ମୋତେ ବଞ୍ଚିବାକୁ ଦେଲେ ନାହିଁ। ସେମାନେ ୮ ବର୍ଷ ହେଲାଣି ମୋତେ ମାଡ଼ ମାରି ଆସୁଛନ୍ତି’।
Indian-origin Woman Ends Life In New Yorkମନଦୀପଙ୍କ ଭଉଣୀ କହିଛନ୍ତି ଯେ, ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ମନଦୀପ ତାଙ୍କୁ ଫୋନ୍ କରିଥିଲେ। ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ଅଧିକ ନିର୍ଯାତନା ଦେଉଥିବା କହିଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ବହୁତ ଡରୁଥିଲେ। ଏତିକି କହି ମନଦୀପ ଫୋନ୍ କାଟି ଦେଇଥିଲେ ବୋଲି ଭଉଣୀ କହିଛନ୍ତି। ଏହାର ପରଦିନ ଏକ ଭିଡିଓରେ ସେ ଆତ୍ମହତ୍ୟା କଥା କହିଥିଲେ ଓ ପରେ ଏହା କରିଥିଲେ।’ ମନଦୀପଙ୍କ ମୃତ୍ୟୁ ପାଇଁ ସ୍ୱାମୀଙ୍କୁ ଦାୟୀ କରି ତାଙ୍କୁ ଫାଶୀ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଫଳରେ ମନଦୀପଙ୍କ ଆତ୍ମାକୁ ଶାନ୍ତି ମିଳିପାରିବ। ସେପଟେ ତାଙ୍କ ଶାଶୁ ଘର ଲୋକେ ଫେରାର ଅଛନ୍ତି। ପୋଲିସ୍ ସେମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)