Advertisment

'ମତେ ବର୍ଷେ ଭିତରେ ଛୁଆଟେ ଦିଅ, ନହେଲେ ମୋ ୫ କୋଟି ଟଙ୍କା ଫେରାଅ'

ପୁଅ ବୋହୂ ପିଲାଛୁଆ ଜନ୍ମ ନକରିବାରୁ ବାପା ମା’ କୋର୍ଟରେ କ୍ଷତିପୂରଣ ବାବଦକୁ ୫ କୋଟି ଟଙ୍କା ଫେରସ୍ତ କରିବା ପାଇଁ ଏକ ମାମଲା ଦାୟର କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Indian Couple

Indian Couple

ବୃଦ୍ଧ ବୟସରେ ପ୍ରାୟତଃ ସମସ୍ତେ ନିଜ ନାତି ନାତୁଣୀଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ଠିକ୍‌ ସେହିଭଳି କିଛି ଆଶା ରଖିଛନ୍ତି ଉତ୍ତରାଖଣ୍ତର ହରିଦ୍ୱାର ସହରର ଜଣେ ଦମ୍ପତି ସାଧନା ଓ ସଞ୍ଜୀବ ପ୍ରସାଦ । ନିଜର ବିବାହିତ ପୁଅ ବିବାହର ଛଅ ବର୍ଷ ପରେ ମଧ୍ୟ ପିଲାଛୁଆ ଜନ୍ମ ନ କରିବାରୁ ପିତାମାତା ପୁଅ ନାଁରେ କୋର୍ଟରେ ମାମଲା ରୁଜୁ କରିଛନ୍ତି ।

Advertisment

ଏଭଳି ଘଟଣା ଉତ୍ତରାଖଣ୍ତର ହରିଦ୍ୱାର ସହରରେ ଦେଖିବାକୁ ମିଳିଛି । ବୃଦ୍ଧ ଦମ୍ପତି ନିଜ ପୁଅ ଏବଂ ବୋହୂ ଉପରେ ମକଦ୍ଦମା ଦାୟର କରିଛନ୍ତି । ବିବାହର ଛଅ ବର୍ଷ ପରେ ପୁଅ ବୋହୂ ନାତି ନାତୁଣୀ ନ ଦେଇଥିବାରୁ ଦମ୍ପତି କୋର୍ଟରେ ମାମଲା ରୁଜୁ କରିଛନ୍ତି।

ସାଧନା ଓ ସଞ୍ଜୀବ ଉତ୍ତରାଖଣ୍ତର ହରିଦ୍ୱାର ସହରରେ ରୁହନ୍ତି । ପୁଅ ବୋହୂ ପିଲାଛୁଆ ଜନ୍ମ ନକରିବାରୁ କୋର୍ଟରେ କ୍ଷତିପୂରଣ ବାବଦକୁ ୫ କୋଟି ଟଙ୍କା ଫେରସ୍ତ କରିବା ପାଇଁ ସେମାନେ ଏକ ମାମଲା ଦାୟର କରିଛନ୍ତି । ସେମାନେ କୋର୍ଟରେ ଦାବି କରିଛନ୍ତି ଯେ, ପୁଅ ପଛରେ ଆଜି ଯାଏଁ ସେ ୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଦମ୍ପତିଙ୍କ ଲିଗାଲ୍‌ ଆଡଭାଇଜର୍‌ ଅରବିନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ, ପୁଅ ବଡ଼ ହେବା ଠାରୁ ଆରମ୍ଭ କରି ପାଠପଢ଼ିବା ଏବଂ ପାଇଲଟ୍‌ ହେବା ଯାଏଁ ହୋଇଥିବା ସମସ୍ତ ଖର୍ଚ୍ଚ ବେଶ୍‌ ମହଙ୍ଗା ଥିଲା। ଦମ୍ପତିଙ୍କ ବୟସ ବଢ଼ୁଥିବା କାରଣରୁ ତାଙ୍କର ଦାୟିତ୍ୱ ନେବା ନିହାତି ଆବଶ୍ୟକ ।

Advertisment

ପିତା ସଞ୍ଜୀବଙ୍କ କହିବାନଯାୟୀ ପଡୋଶୀ ଘରେ ମଧ୍ୟ ଲୋକେ ନିଜ ନାତି ନାତୁଣୀଙ୍କ ସହ ଖେଳୁଛନ୍ତି । ତେବେ ନିଜ ଘରେ ମଧ୍ୟ ଛୁଆଟେ ରହିବା ନିହାତି ଦରକାର । ସେ କହିଛନ୍ତି ଯେ ପୁଅ ବୋହୂ ଏକୁଟିଆରେ ବାହା ହୋଇନାହନ୍ତି ଯେ, ପିତାମାତାଙ୍କୁ ଛାଡି ଏକୁଟିଆ ରହିବେ । ତେବେ ଏକ ବର୍ଷ ଭିତରେ ସେମାନେ ଯେମିତି ହେଲେ ଛୁଆ ଜନ୍ମ କରନ୍ତୁ ନଚେତ୍‌ ତାଙ୍କୁ କ୍ଷତିପୂରଣ ବାବଦରେ ଟଙ୍କା ଫେରାନ୍ତୁ । କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌ରେ ଦର୍ଶାଯାଇଛି ଯେ, ସଞ୍ଜୀବ ନିଜ ପୁଅକୁ ନିକଟରେ ଏକ କାର ଦେଇଥିବା ସହ ହନିମୁନ୍‌ ଖର୍ଚ୍ଚ ମଧ୍ୟ ଦେଇଛନ୍ତି ।

Special Story Indian Couple
Advertisment
Advertisment