/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677934411.jpg)
Galwan Ghati
ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଲାଗି ରହିଛି । କେତେବେଳେ ଚୀନ ତାର ସୀମାରେ ସୈନ୍ୟ ଠୁଳ କରୁଛି ତ ପୁଣି କେତେବେଳେ ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି । ପୂର୍ବରୁ ସୀମା ବିବାଦକୁ ନେଇ ଚୀନ-ଭାରତ ମଧ୍ୟରେ ମୁହାଁମୁହିଁ ହୋଇଛି । ହାତାହାତି ହେବା ସମୟରେ ଉଭୟ ଦେଶର ଯବାନମାନେ ଆହତ ଓ ନିହତ ମଧ୍ୟ ହୋଇଛନ୍ତି ।
୨୦୨୦ ଜୁନ୍ ମାସରେ ଚୀନ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଆଉ ସେଥିପାଇଁ LACରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ ।
ସୂଚନା ମୁତାବକ ୨୦୨୦ରେ ଗଲୱାନ୍ ଘାଟିର ଯେଉଁସ୍ଥାନରେ ଚୀନ ଓ ଭାରତର ସୈନିକ ମାନେ ମୁହାଁମୁହିଁ ହୋଇଥିଲେ ସେଠାରେ ବର୍ତ୍ତମାନ ଭାରତୀୟ ଯବାନମାନେ କ୍ରିକେଟ ଖେଳିଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ANI ପକ୍ଷରୁ ଏନେଇ ଏକ ଟ୍ୱିଟ କରାଯାଇଥିବାବେଳେ କଛି ଫଟୋ ମଧ୍ୟ ଟ୍ୱିଟ୍ କରାଯାଇଛି ।
ଯେଉଁଥିରେ ଭାରତୀୟ ଯବାନ ମାନେ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ସେହି ସ୍ଥାନରେ କ୍ରିକେଟ୍ ଖେଳିବା ପାଇଁ ସୁନ୍ଦର ପିଚ୍ ସହ ଯବାନ ପ୍ଲେୟାର ମାନେ ସଜାଗ ହୋଇଛନ୍ତି । ଯବାନମାନେ କ୍ରିକେଟ୍ ଖେଳୁଥିବା ସ୍ଥାନଟି ଗଲୱାନ୍ ଘାଟି ବୋଲି କୁହାଯାଇଥିବା ବଳେ ତାହାର ସଠିକ୍ ସ୍ଥାନ କୁହାଯାଇନାହିଁ ।
ଆମେ ଏଠାରେ କହିରଖିବୁ ଯେ, ଗଲୱାନ୍ ଘାଟିର ଏହି ସ୍ଥାନ ଯେଉଁଠି ୨୦୨୦ରେ ଭାରତ ଓ ଚୀନ ସେନା ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଚୀନର ମଧ୍ୟ କିଛି ସୈନିକଙ୍କ ମୃତ୍ୟୁ ହୋଇଥିବା ବଳେ କିଛି ଯାବନ ଆହତ ହୋଇଥିଲେ । ହେଲେ ଚୀନ ତାର ସୈନିକଙ୍କ ମୃତ୍ୟୁସଂଖ୍ୟା ଘୋଷଣା କରିନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)