Operation Keller in Jammu and Kashmir:
ଅପରେସନ୍ ସିନ୍ଦୂର ପରେ ଅପରେସନ୍ କେଲର୍ । ଆତଙ୍କବାଦୀଙ୍କୁ ନାକରେ ପାଣି ପିଆଇବ ଇଣ୍ଡିଆନ ଆର୍ମି । ଘରେ ପସିବ କାପୁରଷଙ୍କୁ ଖୋଜି ଖୋଜି ମାରିବ । ଅପରେସନ୍ ସିନ୍ଦୂର ପରେ, ଏବେ ଭାରତୀୟ ସେନା ଆରମ୍ଭ କରିଛି ଓପେରେସନ୍ 'କେଲର'। ଯାହା ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଭିଯାନ, ଯେଉଁଥିରେ ଆତଙ୍କବାଦୀମାନଙ୍କୁ ସେନା ଚିହ୍ନଟ କରୁଛନ୍ତି। ଆଉ ଘରେ ପସି ମାରୁଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଦ୍ୱାରା ପ୍ରାପ୍ତ ସଠିକ୍ ଗୁପ୍ତ ସୂଚନା ଆଧାରରେ ଜମ୍ମୁ ଏବଂ କାଶ୍ମୀରର ଶୋପିଆନ ଜିଲ୍ଲାରେ ମେ ୧୩ରେ ଆରମ୍ଭ କରାଯାଇଛି ଅପରେସନ କେଲର। ଯେଉଁଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଭାରତୀୟ ସେନା ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଅପରେସନ୍ କେଲର ସମ୍ପର୍କରେ ସୂଚନା ଦେଇଛି। ଏହା ଅନ୍ତର୍ଗତ, ଜମ୍ମୁ ଏବଂ କାଶ୍ମୀର ଶୋପିଆନ ଜିଲ୍ଲାର ସୋଏକାଲ କେଲର ଅଞ୍ଚଳରେ ଏକ ବଡ଼ ଆତଙ୍କବାଦୀ ବିରୋଧୀ ଅପରେସନ କରାଯାଇଥିଲା। ଯବାନ ମାନେ ସର୍ଚ୍ଚ ଆଣ୍ଡ ଡେଷ୍ଟ୍ରୋୟ୍ ମିଶନରେ ଆଗକୁ ବଢ଼ିଥିବା ବେଳେ, ଆତଙ୍କବାଦୀମାନେ ପ୍ରବଳ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ସେନା ଏହାର ଜବାବରେ ଏକ ଭୟଙ୍କର ଏନକାଉଣ୍ଟର କରିଥିଲା ଯେଉଁଥିରେ ଲସ୍କର-ଏ-ତୈବାର ତିନି ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ନିହତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ
ଅପରେସନ ସିନ୍ଦୂର ପରେ ଏକ ବୃହତ୍ତର ଅପରେସନର ଅଂଶ ହେଉଛି ଅପରେସନ କେଲର। ଅପରେସନ ସିନ୍ଦୁର ଅଧୀନରେ, ସେନା ସୀମା ଆରପାରିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଥିଲା। ଏବେ ଜମ୍ମୁ ଏବଂ କାଶ୍ମୀର ମଧ୍ୟରେ ଆତଙ୍କବାଦୀ ନେଟୱାର୍କକୁ ନଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍ କେଲର।
ଏବେ ଆରମ୍ଭ ହୋଇଗଲ ଆତଙ୍କବାଦୀଙ୍କ କାଉଣ୍ଟଡାଉନ୍। ଜଣେ କେହି ଆତଙ୍କୀ ମଧ୍ୟ ବଞ୍ଚିପାରିବେ ନାହିଁ, ସେ ମୂଷା ପରି ଯେଉଁଠି ଲୁଚିବେ ଭାରତୀୟ ସେନା ତାଙ୍କୁ ଖୋଜି ଖୋଜି ସେଠି ପହଞ୍ଚିଯିବ। ଭାରତ ମାଟିରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ। ଏହା ହେଉଛି ଅପରେସନ୍ କେଲରର ମୁଖ୍ୟ ଉଦ୍ଦେଶ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747195293.jpg)