• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ଥଳସେନାରେ ଅଗ୍ନିବୀର ନିଯୁକ୍ତି ନେଇ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି । joinindianarmy.nic.in ୱେବସାଇଟରେ ବିବରଣୀ ଦିଆଯାଇଛି । ଶିକ୍ଷାଗତ, ଶାରୀରିକ ଯୋଗ୍ୟତା ସଂପର୍କରେ ଏଥିରେ ସୂଚନା ରହିଛି । ବିବରଣୀ ଅନୁସାରେ ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା ରହିଛି । ଅଗ୍ନିବୀର ନିଯୁକ୍ତି ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି । ଏଥିଲାଗି ଜୁଲାଇରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ।

ଅଗ୍ନିବୀର ଜେନେରାଲ୍ ଡ୍ୟୁଟି, ଟେକ୍ନିକାଲ, ଅଗ୍ନିବୀର ଆଭିଏସନ, ଅଗ୍ନିବୀର ଆମୁନିସନ ଟେକ୍ନିକାଲ, ଅଗ୍ନିବୀର କ୍ଲର୍କ, ଷ୍ଟୋର କିପର କ୍ଲର୍କ ଟେକ୍ନିକାଲ ଓ ଅଗ୍ନିବୀର ଟ୍ରେଡ୍ସମ୍ୟାନ ପାଇଁ ବିସ୍ତୃତ ବିବରଣୀ ପ୍ରକାଶ କରାଯାଇଛି । ଅଗ୍ନିବୀର ବ୍ୟବସ୍ଥାରେ ପ୍ରାର୍ଥୀମାନଙ୍କୁ ତାଲିମ ସହ ୪ ବର୍ଷପାଇଁ ନିଯୁକ୍ତି ଦିଆଯିବ । ଆବଶ୍ୟକସ୍ଥଳେ ସେମାନଙ୍କୁ ଯେଉଁଠିକି ନିର୍ଦ୍ଦେଶ ଦିଆଯିବ ସେଠାକୁ ସେମାନେ ଯିବେ ବୋଲି ଏଥିରେ ଦର୍ଶାଯାଇଛି । ଅଗ୍ନିବୀର ଯୋଜନାରେ ନିଯୁକ୍ତ ଯବାନମାନେ କୌଣସି ପ୍ରକାର ପେନସନ କି ଗ୍ରାଚ୍ୟୁଟି ପାଇବେ ନାହିଁ ।

କେମିତି ହେବେ ଭର୍ତ୍ତି ?

ନିଯୁକ୍ତି ପାଇଁ ତିନି ସେନାରେ ଅନଲାଇନ୍‌ ସେଣ୍ଟ୍ରାଲାଇଜ୍‌ ସିଷ୍ଟମ୍‌ ଜରିଆରେ ଏନରୋଲମେଣ୍ଟ କରାଯିବ । ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ ଅନୁଷ୍ଠିତ ହେବ ।

ସେନାରେ ନିଯୁକ୍ତ ସମସ୍ତ ଯୁବକଙ୍କ ପାଇଁ ଶାରୀରିକ ଏବଂ ଚିକିତ୍ସା ପରୀକ୍ଷା ମଧ୍ୟ ନିଆଯିବ। ଦଶମ ଏବଂ ଦ୍ୱାଦଶ ପାସ୍ ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ ।

ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ତିନି ବାହିନୀ ଠାରୁ ପୃଥକ ହେବ ଅଗ୍ନିବୀର ପଦବୀ । ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ ବର୍ଷ ହେବ ।

ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ତେବେ ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ ।

ଚାରି ବର୍ଷ ପରେ କ’ଣ ହେବ ?

ଯେଉଁମାନେ ୪ ବର୍ଷ ପରେ ଅବସର ନେବେ ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ ।

ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି ସେନାରେ କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ ।

ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ । ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ ।

ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ମଧ୍ୟ କରିପାରିବେ ।