Advertisment

ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଜଣେ ପାଏଲଟ ମୃତ, ଜଣେ ଗୁରୁତର

ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ ବରଫପାତ ହେଉଥିବା ଜମ୍ମୁ ଓ କାଶ୍ମୀରର ଗୁରେଜ ସେକ୍ଟରର ବରାଉମ୍ ଅଂଚଳରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

author-image
Pramod Behera
ଅଦ୍ୟତନ ହୋଇଛି
Indian army helicopter crashes in jammu and kashmir

Indian army helicopter crashes in jammu and kashmir

ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ ବରଫପାତ ହେଉଥିବା ଜମ୍ମୁ ଓ କାଶ୍ମୀରର ଗୁରେଜ ସେକ୍ଟରର ବରାଉମ୍ ଅଂଚଳରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ପାଏଲଟଙ୍କ ମୃତ୍ୟୁ ହୋଇଥିବା ଜଣେ ଅନ୍ୟଜଣେ ଗୁରୁତର ଥିବା ଜଣାଯାଇଛି। ହେଲିକପ୍ଟରରେ ଥିବା କ୍ର୍ୟୁ ମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରିରହିଛି। କେଉଁ ପରିସ୍ଥିତିରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହେଲା ସେ ନେଇ ତନାଘନା ଚାଲିଛି।

Advertisment

ସହ-ପାଇଲଟ୍‌ଙ୍କୁ ମେଡିକାଲକୁ ନିଆଯାଇଥିବା ଅଧିକାରୀ କହିଛନ୍ତି। ସେନାର ଜଣେ ଅଧିକାରୀ କହିଛନ୍ତି ଯେ ହେଲିକପ୍ଟରଟି ଅବତରଣ କରିବାକୁ ଯାଉଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନାନୁସାରେ, ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ର ଜଣେ ଅସୁସ୍ଥ କର୍ମଚାରୀଙ୍କୁ ନେବାକୁ ଯାଉଥିବା ଏକ ସେନା ହେଲିକପ୍ଟର 'ଚିତା' ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ୍‌ ସେକ୍ଟର ନିକଟ ଏକ ଦୂରଦୂରାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ପାଇଲଟଙ୍କର ମୃତ୍ୟୁ ହୋଇଛି ଏବଂ ସହ-ପାଇଲଟ ଆହତ ହୋଇଛନ୍ତି।

Advertisment

ଏହାପୂର୍ବରୁ ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଗୁରେଜ୍‌ ସେକ୍ଟରର ବାରାଉମ ଅଞ୍ଚଳରେ ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ୍‌ ସେକ୍ଟରର ଗୁଞ୍ଜରା ଡ୍ରେନ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟର କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷା ବାହିନୀର ସନ୍ଧାନକାରୀ ଦଳ ଏଠାରେ ପହଞ୍ଚିଛନ୍ତି।

India News
Advertisment
Advertisment