/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661224520.jpg)
Indian Army Aviation Corps ready to confront enemies
ଶତ୍ରୁ ପକ୍ଷରୁ ଯେକୌଣସି ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା। ଏନେଇ ପୂର୍ବାଞ୍ଚଳରେ ଚାଲିଛି ଜୋରଦାର ପ୍ରସ୍ତୁତି। ସଜାଗ ଅଛନ୍ତି ଆର୍ମି ଆଭିଏସନ୍ ଓ ସେନା ଯବାନ। ଆକାଶ ମାର୍ଗରୁ କରାଯାଉଥିବା ଯୋଜନାର ମେରୁଦଣ୍ଡ ହେଉଛି ଆର୍ମି ଆଭିଏସନ୍।
Advertisment
ସେମାନେ ସ୍ଥଳଭାଗରେ କଠିନ ଅପରେସନ ପାଇଁ ନେତୃତ୍ୱ ନେଇଥାନ୍ତି। ପ୍ରତିକୂଳ ପାଣିପାଗ ପାଇଁ ପାହାଡ଼ିଆ ଅଞ୍ଚଳରେ ବାୟୁସେନାର ଅପରେସନରେ ବାଧା ଉପୁଜିଥାଏ। ଏହି ସମୟରେ ସେନା ଅପରେସନର ନେତୃତ୍ୱ ଥାଏ ଇଣ୍ଡିଆନ୍ ଆର୍ମି ଆଭିଏସନ୍।
ସେହିପରି ସୀମାନ୍ତ ତେଜୁ ଅଞ୍ଚଳରେ ମାଡ୍ରାସ ରେଜିମେଣ୍ଟ୍ର ଯବାନ କାନ୍ଧରେ ୨୬ କିଲୋ ଓଜନର ସାମଗ୍ରୀ ଧରି ୫୦ କିଲୋମିଟର ଯାଏ ମାର୍ଚ୍ଚ କରିଛନ୍ତି। ଯେଉଁଠି ସେନା ଗାଡ଼ି ଯିବା ଅପହଞ୍ଚ ସେଭଳି ସ୍ଥାନରେ ଯବାନମାନେ କିଭଳି ଲୋକଙ୍କ ପାଖରେ ପହଞ୍ଚିବେ, ସେନେଇ ଯବାନଙ୍କୁ ତାଲିମ ଦିଆଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)