/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685616335.jpg)
Surya Kiran trainer aircraft
ଭାରତୀୟ ବାୟୁସେନାର ଏକ ସୂର୍ଯ୍ୟ କିରଣ ଟ୍ରେନିଂ ବିମାନ କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ବୋଗପୁରା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଏହି ଅଘଟଣ ଘଟିଛି । ତେବେ ଖୁସି ଖବର ହେଲା ମହିଳା ପାଇଲଟଙ୍କ ସମେତ ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି । ଅନ୍ୟପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଆଇଏଏଫ୍ ଅଧିକାରୀ ।
ଏହି ବିମାନ, ବାଙ୍ଗାଲୋରର ବାୟୁସେନା ବେସରୁ ଉଡ଼ାଣ ଭରିଥିଲା, ହେଲେ ସକାଳ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍ କରାଯାଇଛି । ବିମାନରେ ଥିବା ଉଭୟ ପାଇଲଟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବିମାନରୁ ଡେଇଁ ପଡ଼ିଥିଲେ । କ୍ରାସ୍ ଯୋଗୁ ବିମାନଟିରେ ନିଆଁ ଲାଗିଯିବା ସହ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।
#WATCH | A Kiran trainer aircraft of the IAF crashed near Chamrajnagar, Karnataka today, while on a routine training sortie. Both aircrew ejected safely. A Court of Inquiry has been ordered to ascertain the cause of the accident: Indian Air Force pic.twitter.com/RQn6JFRJqH
— ANI (@ANI) June 1, 2023
ଅଧିକାରୀ କହିଛନ୍ତି, ଉଭୟ ପାଇଲଟ୍ ତେଜପାଲ ଏବଂ ଭୂମିକା ସାମାନ୍ୟ ଆହତ ହୋଇଛନ୍ତି । ଏଥିରେ କାହାର ଜୀବନ ଯିବାର ଖବର ନାହିଁ । ବିମାନ କ୍ରାସ୍ ପରେ ଘଟଣା ସ୍ଥଳରେ ପ୍ରବଳ ଲୋକ ଭିଡ଼ ଜମାଇଥିଲେ ଓ ପୋଲିସକୁ ଉଦ୍ଧାର କାର୍ଯ୍ୟରେ ସହାୟତା ମଧ୍ୟ କରିଥିଲେ । ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ବାୟୁସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।
ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ଗାଁ ନିକଟରେ ବିମାନଟି କ୍ରାସ୍ କରିବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ବିମାନଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଏହାର ଧ୍ୱଂସାବଶେଷ ସଂଗ୍ରହ କରିଛ ବାୟୁସେନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)