/odishatv-khabar/media/post_attachments/uploadimage/library/16_9/16_9_0/Agniveer_1655620451.jpg)
Agniveer
ଅଗ୍ନିପଥ ନିଯୁକ୍ତି ନେଇ ବିସ୍ତୃତ ତଥ୍ୟ ଜାରି କଲା ବାୟୁସେନା। ବେତନ, ୟୁନିଫର୍ମ ଓ ଛୁଟି ନେଇ ବିସ୍ତୃତ ତଥ୍ୟ ଦେଲା ବାୟୁସେନା। ଅଗ୍ନିବୀରଙ୍କୁ ବାୟୁସେନାରେ କେଉଁ କେଉଁ ସୁବିଧା ସୁଯୋଗ ମିଳିବ ? ମାସିକ ବେତନଠୁ ଅାରମ୍ଭ କରି ବୀମା ଯାଏଁ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଗୋଟି ଗୋଟି କରି ତଥ୍ୟ ରଖିଛି ବାୟୁ ସେନା।
Advertisment
- ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ ସୁବିଧା ପାଇବେ ଅଗ୍ନିବୀର।
- ଚାକିରିରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧ କୋଟି ଟଙ୍କା।
- ଡ୍ୟୁଟି ସମୟରେ ବିକଳାଙ୍ଗ ହେଲେ ମିଳିବ ୪୪ ଲକ୍ଷ ଟଙ୍କା।
- ବର୍ଷକୁ ୩୦ ଦିନର ଛୁଟି, ଏହାବାଦ୍ ସ୍ବତନ୍ତ୍ର ମେଡିକାଲ ଛୁଟି ବି ମିଳିବ।
- ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।
- ୩୦ ହଜାର ଦରମାରୁ ୨୧ ହଜାର ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ।
- ଆଉ ୯ ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ।
- ପ୍ରତିବର୍ଷ ଦରମା ବୃଦ୍ଧି ହୋଇ ଚତୁର୍ଥ ବର୍ଷରେ ୪୦ ହଜାର ଟଙ୍କା ମିଳିବ।
- ସ୍ବତନ୍ତ୍ର ୟୁନିଫର୍ମ ରହିବ; ୪ ବର୍ଷ ପରେ ମିଳିବ ୧୦.୦୪ ଲକ୍ଷ ଟଙ୍କା
ଜୁନ୍ ୨୪ ତାରିଖରୁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ପ୍ରାର୍ଥୀ ବାୟୁସେନା ୱେବସାଇଟ୍ରୁ ସମସ୍ତ ତଥ୍ୟ ପାଇ ପାରିବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)