/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693814337.jpg)
India vs Nepal Asia Cup 2023
ଭାରତ ନେପାଳ ମଧ୍ୟରେ ହେବାକୁ ଯାଉଛି ଦମ୍ ଦାର ମ୍ୟାଚ୍ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଲାଗି ରହିଛି । ହେଲେ ଏହାରି ଭିତରେ ଡରାଉଛି ପାଣିପାଗ ବିଭାଗର ବର୍ଷା ଚେତାବନୀ । ପାଲ୍ଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ହେବାକୁ ଯାଉଛି ଏହି ମ୍ୟାଚ୍ । ଏସିଆ କପ୍ ଗେମ୍ସରେ ଭାରତ ନେପାଳକୁ ଭେଟିବ । ହେଲେ ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ସୋମବାର ଅର୍ଥାତ୍ ଆଜି ବୃଷ୍ଟିପାତ ହେବାର ୮୯ ପ୍ରତିଶତ ସଂଭାବନା ରହିଛି । ଆଜି ସକାଳେ ପ୍ରାୟ ୬୦% ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ମ୍ୟାଚ୍ର ଟସ୍ ସମୟ ଦିନ ୨ଟା ୩୦ ସମୟରେ ବର୍ଷା ଲାଗି ରହିବା ନେଇ ମଧ୍ୟ କୁହାଯାଇଛି ।
ସେପଟେ କଲମ୍ବୋରେ ପ୍ରବଳ ବର୍ଷା ହୋଇଛି । ଫଳରେ ଏସିଆ କପ୍ର ସୁପର ଫୋର୍ ମ୍ୟାଚ୍ ପାଇଁ ସ୍ଥାନ ପରିବର୍ତ୍ତନ କରାଯିବାକୁ ଏସିସି ଯୋଜନା କରୁଛି । ଆସନ୍ତା ୯ ତାରିଖରୁ କଲମ୍ବୋରେ ପାଞ୍ଚଟି ସୁପର ଫୋର୍ ମ୍ୟାଚ୍ ଏବଂ ଫାଇନାଲ୍ ନିର୍ଦ୍ଧାରିତ ହୋଇଛି । ହେଲେ ଏହି ମ୍ୟାଚ୍କୁ ପାଗ ସୁହାଇବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏପରି ସମୟରେ, କିଛି ମ୍ୟାଚ୍ରେ ପରିବର୍ତ୍ତନ କରାଯିବା ନେଇ ବିଚାର କରାଯାଉଛି । ଖେଳିବାକୁ ଥିବା ୬ଟି ଦଳ ମଧ୍ୟ ସ୍ଥାନର ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି । ପାଲ୍ଲେକେଲେରେ ବର୍ତ୍ତମାନ ଏସିଆ କପ୍ ଲିଗ୍ ମ୍ୟାଚ୍ ଆୟୋଜନ କରାଯାଉଛି । ହେଲେ ଏହି ପାହାଡ଼ି ସହରରେ ବର୍ଷା ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)