/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660446509.jpg)
RBI Deputy Governor
୨୦୬୦ ମସିହା ସୁଦ୍ଧା ବିଶ୍ୱର ସର୍ବବୃହତ୍ ଅର୍ଥନୀତି ବନିପାରିବ ଭାରତ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏଭଳି ଆଶା ଦେଖାଇଛନ୍ତି RBIର ଓଡ଼ିଆ ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି । କିନ୍ତୁ କ୍ରୟ ଶକ୍ତି ସମତା ତଥା ପିପିପି ଆଧାରରେ ଚୀନ ଓ ଆମେରିକା ପରେ ଭାରତ ତୃତୀୟ ବୃହତ୍ ଅର୍ଥନୀତି ।
ବିଶ୍ୱ ଜିଡିପିର ୭ ପ୍ରତିଶତ ଅଂଶୀଦାର ହେଉଛି ଭାରତ । ୨୦୨୭ରେ ଆମ ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପରିଣତ ହେବ । ଅର୍ଗାନାଇଜେସନ୍ ଫର୍ ଇକୋନୋମିକ୍ କୋଅପରେସନ୍ ଆଣ୍ଡ୍ ଡେଭଲପମେଣ୍ଟ ବା OECD ଆକଳନ ଅନୁସାରେ ଭାରତ ୨୦୪୮ ସୁଦ୍ଧା ଆମେରିକା ଅର୍ଥନୀତିକୁ ଟପିଯିବ ଏବଂ ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ପାଲଟିବ ।
ତେବେ ଏହି ଲକ୍ଷ୍ୟ ହାସଲରେ ଅନେକ ପ୍ରତିବନ୍ଧକ ରହିଛି । କରୋନା ଯୋଗୁଁ ଲୋକଙ୍କ ଜୀବିକା ଓ ଉତ୍ପାଦନ ବ୍ୟାପକ ପ୍ରଭାବିତ ହୋଇଛି । ଭିତ୍ତିଭୂମି ନିବେଶରେ ଭାରତ ବହୁ ପଛରେ । ଭାରତୀୟ ଶ୍ରମବଳର କେବଳ 46.2% ନିଯୁକ୍ତିକ୍ଷମ । ଏସବୁ ଚ୍ୟାଲେଞ୍ଜର ମୁକାବିଲା କରିପାରିଲେ ଭାରତ ଆଗାମୀ ଦଶନ୍ଧିରେ ୧୧ ପ୍ରତିଶତ ହାରରେ ବିକାଶ କରିପାରିବ । ଏଭଳି ସ୍ଥିତିରେ ଭାରତର ଅର୍ଥନୀତି ୨୦୪୮ ନୁହେଁ ବରଂ ୨୦୩୧ ସୁଦ୍ଧା ଆମେରିକାକୁ ଟପିବ ଏବଂ ୨୦୬୦ ସୁଦ୍ଧା ଚୀନ୍କୁ ଟପି ବିଶ୍ୱର ସର୍ବବୃହତ ଅର୍ଥନୀତିରେ ପରିଣତ ହୋଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)