Advertisment

ପୁଣି ଭାରତ ଆସିବେ ୧୨ ଚିତା

ଗତବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୮ଟି ଚିତାଙ୍କୁ କୁନୋ ନାସନାଲ ପାର୍କକୁ ଛାଡିଥିଲେ।

ଅଦ୍ୟତନ ହୋଇଛି
India To Get 12 Cheetahs From South Africa Next Week

Cheetahs

Advertisment

ଭାରତ ଆସିବେ ଆଉ ୧୨ ଚିତା । ଆସନ୍ତା ଶନିବାର ଦକ୍ଷିଣ ଆଫ୍ରିକାରୁ ଏହି ଚିତାଙ୍କୁ ଭାରତ ଅଣାଯିବ। ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କରେ ଚିତାଙ୍କୁ ରଖାଯିବ । ପୂର୍ବରୁ ସେଠାରେ ୮ଟି ଚିତା ଅଛନ୍ତି । ଗତବର୍ଷ ମଧ୍ୟ ଚିତାଙ୍କୁ ନାମିବ୍ୟାରୁ ଅଣାଯାଇଥିଲା । ନିବାର ଆସିବାକୁ ଥିବା ୧୨ ଚିତା ମଧ୍ୟରୁ ୭ଟି ଅଣ୍ଡିରା ଏବଂ ୫ଟି ମାଇ ବାଘ ଅଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭାରତ ସହ ଚିତାର ସଂପର୍କ ବହୁ ପୁରୁଣା : ମୃଗ ଶିକାରରେ ସହାୟତା ପାଇଁ ପୋଷୁଥିଲେ ରାଜା

ଶୁକ୍ରବାର ରାତିରେ ବାଘଙ୍କୁ ନେଇ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଦକ୍ଷିଣ ଆଫ୍ରିକାରୁ ବାହାରିବ । ଶନିବାର ସକାଳେ ଗ୍ୱାଲିଅର ଏୟାରଫୋର୍ସ ବେସରେ ପହଁଚିବା ପରେ ସେଠାରୁ ୬୫ କିଲୋମିଟର ଦୂର କୁନୋ ନାସନାଲ ପାର୍କକୁ ହେଲିକପ୍ଟରରେ ଚିତାଙ୍କୁ ନିଆଯିବ । ସେଠାରେ ଚିତାଙ୍କୁ କିଛି ଦିନ କ୍ୱାରେଣ୍ଟିନରେ ରଖାଯିବ । ଗତବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୮ଟି ଚିତାଙ୍କୁ କୁନୋ ନାସନାଲ ପାର୍କକୁ ଛାଡିଥିଲେ।

Advertisment
Cheetah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ