• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ୟାନ୍‌ ହେବ ୧୦୦ରୁ ଉର୍ଦ୍ଧ୍ୱ ଚାଇନିଜ୍‌ ୱେବସାଇଟ୍‌ । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଭାରତୀୟଙ୍କୁ ସ୍ୱଳ୍ପ ପୁଞ୍ଜିନିବେଶରେ ମୋଟା ଅଙ୍କର ରୋଜଗାର କରିବାର ପ୍ରଲୋଭନ ଦେଖାଉଥିବା କିଛି ୱେବସାଇଟ୍‌ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯିବ ବୋଲି ସୂଚନା ମିଳିଛି । ପୁଞ୍ଜିନିବେଶ ସମ୍ବନ୍ଧୀୟ ଠକେଇ ବା ସ୍କାମ୍‌କୁ ଅଟକାଇବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଯଦି ଆପଣ କୌଣିସି ଚାଇନିଜ୍‌ ୱେବସାଇଟ୍‌ରେ ପୁଞ୍ଜିନିବେଶ କରୁଛନ୍ତି, ତେବେ ସାବଧାନ, ଆପଣ ଠକେଇର ଶିକାର ହୋଇପାରନ୍ତି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନାନୁଯାୟୀ ୧୦୦ରୁ ଉର୍ଦ୍ଧ୍ୱ ଚାଇନିଜ୍‌ ୱେବସାଇଟ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି ।

ଗତ କିଛି ବର୍ଷ ମଧ୍ୟରେ ଭାରତ ସରକାର ପ୍ରାୟ ୨୫୦ ଟି ଚାଇନିଜ୍ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା, ଦେଶର ପ୍ରତିରକ୍ଷା ଓ ରାଜ୍ୟର ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଭାରତରେ ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌, ଜେଣ୍ତର୍‌, କ୍ୟାମସ୍କାନର୍‌ ଆଦି ବହୁଳ ଭାବରେ ବ୍ୟବହାର ହେଉଥିଲା । ଏହି ଆପଗୁଡ଼ିକ ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ଶତ୍ରୁ ରାଷ୍ଟ୍ରକୁ ଯୋଗାଉଥିଲା । ଯାହାଫଳରେ ଅନେକ ଲୋକ ବିଭିନ୍ନ ସ୍କାମ୍‌ର ଶିକାର ହେଉଥିଲେ । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ କ୍ଷତି ପହଞ୍ଚାଉଥିଲା ।

ନିକଟରେ ଭାରତର ଯୁବପିଢ଼ିଙ୍କ ଦ୍ୱାରା ବହୁଳ ବ୍ୟବହୃତ ଗେମିଙ୍ଗ ଆପ୍‌ PUBG ଏବଂ BGMI ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ଗୁଗୁଲ୍‌ ପ୍ଲେ ଷ୍ଟୋର ଓ ଆପଲ୍‌ ପ୍ଲେ ଷ୍ଟୋର୍‌ରୁ ହଟାଯାଇଥିଲା ।