1500 HP tank engine
ଯୁଦ୍ଧ ଟ୍ୟାଙ୍କ ପାଇଁ ଦେଶର ପ୍ରଥମ ସ୍ବଦେଶୀ ଇଞ୍ଜିନର ପରୀକ୍ଷଣ କରାଯାଇଛି। ମହୀଶୂରର ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ -ଇଂଜିନ ଡିଭିଜନରେ ୧୫ ହର୍ଜପାୱାରର ଏହି ସ୍ବଦେଶୀ ଇଞ୍ଜିନର ପରୀକ୍ଷଣ ହୋଇଛି। ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବିଇଏମଏଲର ମହୀଶୂର କ୍ୟାମ୍ପସରେ ଇଞ୍ଜିନ୍ ବିଭାଗରେ ଯୁଦ୍ଧ ଟ୍ୟାଙ୍କ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫୦୦ ହର୍ସପାୱାର (ଏଚପି) ଇଞ୍ଜିନର ପ୍ରଥମ ଟେଷ୍ଟ ଫାୟାରିଂ କରାଯାଇଛି।
ଜେନେରେସନ୍-୨ ରେ DRDOର ପ୍ରୟୋଗଶାଳା କମ୍ବାଟ ଭେୟିକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଏହି ଇଞ୍ଜିନର ବିଭିନ୍ନ ସ୍ତରରେ ପରୀକ୍ଷଣ କରାଯିବ। ଯୁଦ୍ଧ ବିମାନରେ ବ୍ୟବହାର ଏବଂ ଏହାର କାର୍ଯ୍ୟକାରୀତା ନେଇ ପରୀକ୍ଷା ହେବ। ୨୦୨୫ ମଧ୍ୟଭାଗ ସୁଦ୍ଧା ଏହି ପ୍ରୋଜେକ୍ଟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସଫଳତା ଦେଶର ପ୍ରତିରକ୍ଷା ସାମର୍ଥ୍ୟରେ ଏକ ନୂତନ ଯୁଗର ଶୁଭାରମ୍ଭ କରିଛି।
୧୫୦୦ ଏଚପି ଇଞ୍ଜିନ ସେନାର ପ୍ରୋପଲସନ ବ୍ୟବସ୍ଥାରେ ମରୁଭୂମି ସମେତ କଠିନ ପରିସ୍ଥିତିରେ ଉଚ୍ଚ ପାୱାର-ଟୁ-ଲୋଡ୍ ଅନୁପାତ, ଉଚ୍ଚ ଉଚ୍ଚତା, ଶୂନ୍ୟରୁ କମ୍ ତାପମାତ୍ରା ଏବଂ ସହନଶୀଳତା ଭଳି ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏହି ଇଞ୍ଜିନ ସମଗ୍ର ବିଶ୍ୱରେ ଉପଲବ୍ଧ ଅତ୍ୟାଧୁନିକ ଇଞ୍ଜିନ୍ ସହ ସମାନ।
ଇଞ୍ଜିନ ପରୀକ୍ଷଣ ବେଳେ ଉପସ୍ଥିତ ଥିବା ପ୍ରତିରକ୍ଷା ସଚିବ ଗିରିଧର ଅରମାନେ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଦକ୍ଷତା, ବୈଷୟିକ କୌଶଳର ପ୍ରଦର୍ଶନ ସହ ଆତ୍ମନିର୍ଭର ଭାରତ ପାଇଁ ପ୍ରତିବଦ୍ଧତା ଦର୍ଶାଇଛି ଏହି ଉପଲବ୍ଧି। ଏହା ସଶସ୍ତ୍ର ବାହିନୀର ସାମର୍ଥ୍ୟକୁ ବଢ଼ାଇବ।
ସେହିପରି ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ ସିଏମଡି ଶାନ୍ତନୁ ରୟ କହିଛନ୍ତି, ଦେଶର ପ୍ରତିରକ୍ଷା କ୍ଷେତ୍ରରେ BEMLର ଅବଦାନକୁ ଏହା ଆହୁରି ମଜବୁତ୍ କରିଛି।ଏହି ସଫଳତା ଦେଶରେ ପ୍ରତିରକ୍ଷା ଉତ୍ପାଦନରେ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ବିଇଏମଏଲର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରାଷ୍ଟ୍ରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦର୍ଶାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710997476.jpg)