Advertisment

ଦେଶ ପାଇଁ ଐତିହାସିକ କ୍ଷଣ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଲୋକାର୍ପଣ

ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ସେଙ୍ଗୋଲ ସ୍ଥାପନ, ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ ପରେ ସ୍ଥାପନ କଲେ ମୋଦି

author-image
Prangyan Parimita
ଅଦ୍ୟତନ ହୋଇଛି
undefined

New parliament building

ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ଆଜିର ଦିନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆ ସଂସଦ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରି ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ ବୋଲି କହିଛନ୍ତି । ତାସହ ବିକଶିତ ଭାରତର ଲକ୍ଷ୍ୟ, କଠିନ ହେଲେ ବି ଅସମ୍ଭବ ନୁହେଁ ବୋଲି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ, ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନ କରିଛନ୍ତି ।...

Advertisment

ତେବେ ଏହି ମହାନ ଅବସର ସହ ସଂସଦର ସ୍ୱର୍ଣ୍ଣିମ ଇତିହାସର ଲଲାଟରେ ଲିପିବଦ୍ଧ ହୋଇଛି ଆଉ ଏକ ଅନନ୍ୟ ପର୍ବ- ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନ । ସାଧୁ ସନ୍ଥଙ୍କ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ ତାମିଲନାଡୁ ଧର୍ମପୁରମ୍ ଅଧୀନମ୍ । ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍ ମାନଙ୍କ ଆଶୀର୍ବାଦ ଲୋଡିଥିଲେ । ଏହାପରେ ନୂଆ ସଂସଦ ଭବନର ଠିକ୍ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ ହୋଇଥିଲା ଏହି ପାରମ୍ପରିକ ରାଜଦଣ୍ଡ। ପରେ ପରେନୂଆ ସଂସଦ ଭବନର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ଅନୁଷ୍ଠିତ ହୋଇଥିଲା ସର୍ବଧର୍ମ ପ୍ରାର୍ଥନା ସଭା।

Advertisment

ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା ଲୋକାର୍ପଣ ଉତ୍ସବର ଦ୍ୱିତୀୟ ପର୍ବ। ନୂଆ ସଂସଦରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସାରଗର୍ଭକ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। କହିଥିଲେ- ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କୀ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଦେଶବାସୀଙ୍କୁ ନୂଆ ସଂସଦ ଭବନ ଏକ ବଡ଼ ଉପହାର। ଏହା କେବଳ ଏକ ଭବନ ଭବନ ନୁହେଁ ବରଂ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତିବିମ୍ବ । ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ । ନୂଆ ରାସ୍ତାରେ ଚାଲିଗଲେ ହିଁ ନୂଆ କୀର୍ତ୍ତିମାନ ଗଢ଼ାଯାଏ। ଭାରତ ଆଗକୁ ବଢ଼ିଲେ, ବିଶ୍ୱ ଆଗକୁ ବଢ଼ିବ।.. ବହୁତ ବର୍ଷ ହେଲା ନୂଆ ସଂସଦ ଭବନର ଆବଶ୍ୟକତା ଥିଲା।

ସଂସଦ ଭବନ ନିର୍ମାଣରେ ୬୦ ହଜାର ଶ୍ରମିକ ଶ୍ରମଦାନ କରିଛନ୍ତି । ସଂସଦ ଭବନ ନିର୍ମାଣ ସହ ଗରିବ କଲ୍ୟାଣ ବି ହୋଇଛି। 'ଦେଶ ପ୍ରଥମ' ଭାବନାରେ ଆମକୁ ଆଗକୁ ବଢ଼ିବାକୁ ହେବ। ୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ। ଲୋକକଲ୍ୟାଣକୁ ଜୀବନର ମନ୍ତ୍ର କରିବାକୁ ହେବ। ଏହି ଲକ୍ଷ୍ୟ ବଡ଼ ଓ କଠିନ କିନ୍ତୁ କଷ୍ଟକର ନୁହେଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ଶୁଭେଚ୍ଛା ବର୍ତ୍ତା ପଢ଼ା ଯାଇଥିଲା । ବାଚସ୍ପତି ଓର୍ମ ବିର୍ଲା ମଧ୍ୟ ନିଜର ଅଭିଭାଷଣ ରଖିଥିଲେ।

ଆଜିର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି- ନୂଆ ୭୫ ଟଙ୍କିଆ ମୁଦ୍ରା ଜାରି କରିଥିଲେ। ରୁପା, ତମ୍ବା, ନିକେଲ ଓ ଦସ୍ତା ଧାତୁକୁ ମିଶାଇ ତିଆରି ହୋଇଛି ଏହି ନୂଆ କଏନ୍। ଅନ୍ୟପକ୍ଷରେ ଆଜିର ଉତ୍ସବରେ ନୂଆ ସଂସଦ ଭବନ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରଖିଥିବା କର୍ମଚାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ଯାହାଙ୍କ ମଧ୍ୟରେ ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇ ଥିଲେ। ଯିଏ କି ସଂସଦ ଭବନ ନିର୍ମାଣ ବେଳେ ସମସ୍ତଙ୍କ ପାଇଁ ଚା ଜଳଖିଆର ବ୍ୟବସ୍ଥା କରୁଥିଲେ।

Narendra Modi New Parliament Building
Advertisment
Advertisment