Advertisment

ନିର୍ବାଚନୀ ଚାନ୍ଦାରେ ‘ସୁପ୍ରିମ୍’ ଚାବୁକ୍, ଇଲେକ୍ଟୋରାଲ୍ ବଣ୍ଡକୁ ବନ୍ଦ କଲେ ସର୍ବୋଚ୍ଚ କୋର୍ଟ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଆଉ ଚାଲିବନି ନିର୍ବାଚନୀ ବଣ୍ଡ।

author-image
Santosh Kumar Sahoo
undefined

Electoral Bonds

ରାଜନୈତିକ ଦଳଙ୍କ ନିର୍ବାଚନୀ ପାଣ୍ଠି ଉପରେ 'ସୁପ୍ରିମ୍' ପ୍ରହାର । ଇଲେକ୍ଟୋରାଲ ବଣ୍ଡକୁ ବେଆଇନ ଦର୍ଶାଇ ବନ୍ଦ କଲେ ସୁପ୍ରିମକୋର୍ଟ ଇତିହାସ ପାଲଟିଲା ପଲିଟିକାଲ୍ ପାର୍ଟିଙ୍କ ଆୟର ଏହି ପ୍ରମୁଖ ଉତ୍ସ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ, ଆଜି ଇଲେକ୍ଟୋରାଲ୍ ବଣ୍ଡ୍ ବା ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ଐତିହାସିକ ରାୟରେ, ଇଲେକ୍ଟୋରାଲ ବଣ୍ଡ ଅସାମ୍ବିଧାନିକ ଏବଂ ଏହା ସୂଚନା ଅଧିକାର ତଥା ଅଭିବ୍ୟକ୍ତିର ସ୍ୱାଧୀନତା ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ସମେତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତି କ୍ରମେ, ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଜର ପକାନ୍ତୁ ଏହି ରାୟର ଆଉ କିଛି ପ୍ରମୁଖ ବିନ୍ଦୁ ଉପରେ...

Advertisment

- ଇଲେକ୍ଟୋରାଲ୍ ବଣ୍ଡ୍ ବିକ୍ରି ଉପରେ ତତ୍କାଳ ରୋକ୍ ଲଗାଇବ SBI

- ଏଯାଏଁ ବିକ୍ରି ହୋଇଥିବା ନିର୍ବାଚନୀ ବଣ୍ଡ୍ ସଂପର୍କିତ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନରେ ଦାଖଲ କରିବ SBI

- କିଏ, କେବେ ଓ କେଉଁ ଦଳ ପାଇଁ କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ତାହାର ସମସ୍ତ ସୂଚନା ଦେବ ଷ୍ଟେଟ୍ ବ୍ୟାଙ୍କ୍

Advertisment

- ଏହାର ତର୍ଜମା କରି ମାର୍ଚ୍ଚ ୧୩ ସୁଦ୍ଧା ଏହି ତଥ୍ୟକୁ ନିଜ ୱେବସାଇଟରେ ସାର୍ବଜନୀନ କରିବେ ଇଲେକ୍ସନ କମିଶନ

- ୧୫ ଦିନିଆ ଭାଲିଡିଟି ପିରିୟଡରେ ଯେଉଁ ବଣ୍ଡ୍ ବଦଳରେ ଦଳ ପକ୍ଷରୁ ଟଙ୍କା ନିଆଯାଇନାହିଁ, ତାହା ଦାତାଙ୍କୁ ଫେରସ୍ତ କରାଯିବ।

ତେବେ କ’ଣ ଏହି ଇଲେକ୍ଟୋରାଲ୍ ବଣ୍ଡ୍ ? ସୂଚନା ଅନୁସାରେ, ରାଜନୈତିକ ଦଳଙ୍କୁ କୌଣସି ଭାରତୀୟ ନାଗରିକ, ସଂସ୍ଥା, ସଂଗଠନ କିମ୍ବା କଂପାନୀ ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ଅର୍ଥ ଦାନ କରିପାରନ୍ତି। କେବଳ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯ଟି ବ୍ରାଞ୍ଚରେ ୧ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଏହି ବଣ୍ଡ୍ ବିକ୍ରି ହୁଏ। ଦାତା ଚାହିଁଲେ ଏକାଧିକ ବଣ୍ଡ୍ କିଣିପାରନ୍ତି । କେବଳ ରିପ୍ରେଜେଣ୍ଟେସନ୍ ଅଫ୍ ଦି ପିପୁଲ୍ ଆକ୍ଟ, ୧୯୫୧ର ଧାରା ୨୯-ଏ ଅଧୀନରେ ପଞ୍ଜୀକୃତ ଏବଂ ଗତ ଲୋକସଭା ବା ବିଧାନସଭା ନିର୍ବାଚନରେ ୧ ପ୍ରତିଶତ କିମ୍ବା ତଦୁର୍ଦ୍ଧ ଭୋଟ୍ ପାଇଥିବା ରାଜନୈତିକ ଦଳ ଏହି ଅର୍ଥ ପାଇବାକୁ ଯୋଗ୍ୟ । ଏହି ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ରାଜନୈତିକ ପାର୍ଟିକୁ ଟଙ୍କା ଆକାରରେ ଚାନ୍ଦା ମିଳୁଥିଲା। ତେବେ ଏଥିରେ କଳାଧନର ବିପୁଳ ବ୍ୟବହାର ଏବଂ ଆର୍ଥିକ ଅନିୟମିତତାର ସୁଯୋଗ ଥିବାରୁ, ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରି ପାଇଁ ୨୦୧୮ରେ ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥା ଜାରି କରିଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ହେଲେ ଏଥିରେ ଦାତାଙ୍କ ପରିଚୟ ଗୋପନ ରଖାଯାଉଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଅନେକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ତେବେ ଆଜିର ରାୟ ପରେ ରାଜନୈତିକ ଦଳ ମାନଙ୍କ ଚିନ୍ତା ବଢ଼ିଛି ।

ସୂଚନା ଅନୁସାରେ, ୨୦୧୮ରୁ ୨୦୨୪ ଜାନୁଆରୀ ଭିତରେ ୧୬ ହଜାର କୋଟିରୁ ଅଧିକ ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ୍ ବିକ୍ରି ହୋଇଛି। ଏହି ବ୍ୟବସ୍ଥାରେ ଗତ ଆର୍ଥିକବର୍ଷ ସୁଦ୍ଧା ସମସ୍ତ ରାଜନୈତିକ ଦଳ ୧୨ ହଜାର କୋଟି ଟଙ୍କା ପାଇଛନ୍ତି।

Supreme Court Electoral Bonds
Advertisment
Advertisment