Advertisment

Chenab Rail Bridge: ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ OTV , ଅଂଜି ବ୍ରିଜର ମଧ୍ୟ ପରଖିଲା ସ୍ଥିତି

ଅଂଜି ଖଡ୍ ବ୍ରିଜ୍ କତ୍ରାରୁ ରେଆସିକୁ ସଂଯୋଗ କରୁଛି । ଏହା ଭାରତର ପ୍ରଥମ କେବୁଲ୍ ରେଲୱେ ବ୍ରିଜ୍ ।

ଅଦ୍ୟତନ ହୋଇଛି
ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ ଓଟିଭି

ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ ଓଟିଭି

Advertisment

ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ୍ ଜାମ୍ମୁ କାଶ୍ମୀରର ଚେନାବ ବ୍ରିଜ ଅଭିମୁଖେ ଯିବା ବେଳେ ଦେଶର ବିଶାଳ କେବଲ ବ୍ରିଜ ଅଂଜି ଖଡ୍ ବ୍ରିଜରେ ଅଟକିଥିଲା ଓଟିଭି । ବିପରୀତ ଭୌଗୋଳିକ ପରିସ୍ଥିତିରେ ବି କେମିତି ଆମ ଇଂଜିନିୟର ମାନେ ଏହି ବ୍ରିଜ ନିର୍ମାଣ କରିଛନ୍ତି ତାହାର ସ୍ଥିତି ପରଖି ଥିଲେ ଓଟିଭିର ଏକଜିକ୍ୟୁଟିଭ ଏଡିଟର ରାଧାମାଧବ ମିଶ୍ର ।

Advertisment

ଅଂଜି ଖଡ୍ ବ୍ରିଜ୍ କତ୍ରାରୁ ରେଆସିକୁ ସଂଯୋଗ କରୁଛି । ଏହା ଭାରତର ପ୍ରଥମ କେବୁଲ୍ ରେଲୱେ ବ୍ରିଜ୍ । ୭୫୦ ମିଟର ଲମ୍ବ ବ୍ରିଜ ନିର୍ମାଣରେ ପ୍ରାୟ ୨୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୯୬ କେବୁଲରେ ଝୁଲିକି ରହିଛି ଏହି ବ୍ରିଜ୍ । ଆସନ୍ତା ମାସରେ ଏହାର ଟେଷ୍ଟିଂ କରାଯିବ ।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦ରେ ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ୍ ଉପରେ ଟ୍ରେନର ଟ୍ରାଏଲ୍ ରନ୍ କରାଯାଇଥିଲା ଜମ୍ମୁ କାଶ୍ମୀରରେ ନବନିର୍ମିତ ଚେନାବ ରେଲୱେ ବ୍ରିଜ୍ ଉପରେ ପରୀକ୍ଷାମୂଳକ ଭାବରେ ଟ୍ରେନ୍ ଚଳାଚଳ କରିଛି। ଜୁନ୍ ୧୬ ରବିବାର ଦିନ ସାଙ୍ଗଲଦାନରୁ ରିଆସି ପର୍ଯ୍ୟନ୍ତ ରେଳ ଇଞ୍ଜିନର ଏକ ସଫଳ ପରୀକ୍ଷା ହୋଇଥିଲା। 

Advertisment

ସୂଚନାଯୋଗ୍ୟ, ଚେନାବ ବ୍ରିଜ ପ୍ୟାରିସର ଇଫେଲ ଟାୱାରଠାରୁ ମଧ୍ୟ ଉଚ୍ଚ ଅଟେ। ଇଫେଲ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବା ବେଳେ ଏହି ୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । ସ୍ୱାଧୀନତାର ୭୬ ବର୍ଷ ସମାପ୍ତ ହେବା ପରେ ମଧ୍ୟ ତୁଷାରପାତ ସମୟରେ କାଶ୍ମୀର ଉପତ୍ୟକା ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଉଥିଲା ।

ଅଧିକ ପଢ଼ନ୍ତୁ:ଭାରତ ସହ କାମ କରିବାକୁ ପ୍ରସ୍ତୁତ ଚୀନ; ସୀମା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ !

Advertisment

୨୨ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ କାଶ୍ମୀର ଉପତ୍ୟକାକୁ କେବଳ ଜାତୀୟ ରାଜପଥ-୪୪ ମାଧ୍ୟମରେ ପହଞ୍ଚିପାରୁଥିଲେ । ତେବେ ତୁଷାରପାତ ଯୋଗୁଁ କାଶ୍ମୀର ଉପତ୍ୟକାକୁ ଯାଉଥିବା ଏହି ରାସ୍ତା ମଧ୍ୟ ବନ୍ଦ ହୋଇଯାଉଥିଲା । ଏହା ବ୍ୟତୀତ କାଶ୍ମୀର ଯିବାକୁ ଟ୍ରେନ୍ କେବଳ ଜାମ୍ମୁ-ତାୱି ପର୍ଯ୍ୟନ୍ତ ଯାଉଥିଲା ।

ଯେଉଁଠାରୁ ଲୋକଙ୍କୁ ସଡ଼କ ମାର୍ଗରେ ପ୍ରାୟ ୩୫୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଥିଲା । ଜବାହର ଟନେଲ ଦେଇ ଯାଉଥିବା ଏହି ମାର୍ଗ ଦେଇ ଜାମ୍ମୁ-ତାୱିରୁ ଲୋକମାନଙ୍କୁ କାଶ୍ମୀର ଉପତ୍ୟକାକୁ ଯିବା ପାଇଁ ୮ ରୁ ୧୦ ଘଣ୍ଟା ସମୟ ଲାଗୁଥିଲା । ୨୦୦୩ ରେ ଭାରତ ସରକାର କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସବୁ ପାଗ ଭିତ୍ତିରେ ସଂଯୋଗ କରିବା ପାଇଁ ଚେନାବ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସେହି ବର୍ଷ ସରକାର ଚେନାବ ବ୍ରିଜ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଥିଲେ। ଏହି ସେତୁ ୨୦୦୯ ସୁଦ୍ଧା ପ୍ରସ୍ତୁତ ହେବାକୁ ଥିଲା । ମାତ୍ର ଏହି ଅବଧି ମଧ୍ୟରେ ଏହା ସରିନଥିଲା । ବର୍ତ୍ତମାନ ପ୍ରାୟ ୨ ଦଶନ୍ଧି ପରେ ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରସ୍ତୁତ ହୋଇଛି । ଏହି ବ୍ରିଜ୍‌ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଏବଂ ରିକ୍ଟର ସ୍କେଲରେ ୮ ମ୍ୟାଗ୍ନିଚ୍ୟୁଡ୍‌ ପର୍ଯ୍ୟନ୍ତ ଭୂକମ୍ପକୁ ସହ୍ୟ କରିପାରିବ । ଏହି ସେତୁ ଆସନ୍ତା ୧୨୦ ବର୍ଷ ପାଇଁ ନିର୍ମାଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ଅଜିତ୍ ଡୋଭାଲ୍: ପାକିସ୍ତାନରେ ଅଣ୍ଡର କଭର ଏଜେଣ୍ଟ, ଭାରତରେ ରିକ୍ସାବାଲା ...

India News Indian Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ