Advertisment

India's 5th Gen Stealth Fighter: ଭାରତ ତିଆରି କରୁଛି 5th Gen ଫାଇଟର୍; ରାଡାରରେ ଧରା ପଡ଼ିବନି, ନିମିଷକେ ରଚିବ ତାଣ୍ଡବ...

ଭାରତ ଖୁବ୍‌ଶୀଘ୍ର ବିଶ୍ୱର କିଛି ବଛା ବଛା ଦେଶମାନଙ୍କ ସହ ସାମିଲ ହେବାକୁ ଯାଉଛି। ଯେଉଁମାନଙ୍କ ପାଖରେ ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ରହିଛି। ଭାରତର ନିଜସ୍ୱ ଜ୍ଞାନକୌଶଳରେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କରୁଛି।

ଅଦ୍ୟତନ ହୋଇଛି
India's Indigenous AMCA Fighter Jet Set to Rival Global Fifth-Gen Aircraft

India's Indigenous AMCA Fighter Jet Set to Rival Global Fifth-Gen Aircraft

Advertisment

ଭାରତ ତିଆରି କରୁଛି 5th Gen ଫାଇଟର୍ । ଆମେରିକାର F-35 ଓ ଋଷିଆର Su-57ରୁ ଶକ୍ତିଶାଳୀ ଫାଇଟର୍ । ରାଡାରରେ ଧରା ପଡ଼ିବନି, ନିମିଷକେ ତାଣ୍ଡବ ରଚିବ । ଚୀନ ଓ ପାକିସ୍ତାନର ବୋହିଲାଣି ଝାଳ । ଭାରତ ଖୁବ୍‌ଶୀଘ୍ର ବିଶ୍ୱର କିଛି ବଛା ବଛା ଦେଶମାନଙ୍କ ସହ ସାମିଲ ହେବାକୁ ଯାଉଛି। ଯେଉଁମାନଙ୍କ ପାଖରେ ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନର ରହିଛି। ଭାରତର ନିଜସ୍ୱ ଜ୍ଞାନକୌଶଳରେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କରୁଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଏନେଇ ସୂଚନା ମିଳିଛି।

Advertisment

ଏହି ଫାଇଟର୍ ପ୍ରୋଜେକ୍ଟର ନାଁ ରହିଛି ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ବା (AMCA)। ଏହି ପ୍ରକଳ୍ପକୁ ୨୦୨୪ରେ ଅନୁମୋଦନ କରାଯାଇଥିଲା ଏବଂ ଏହାର ପ୍ରଥମ ସଂସ୍କରଣ ୨୦୩୫ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି ଆଶା କରାଯାଉଛି। ଏହାକୁ ତିଆରି କରୁଛି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ବା HAL । ଏହି ଲଢ଼ୁଆ ବିମାନଟି ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ହେବ। ପ୍ରଥମ ପର୍ଯ୍ୟାୟରେ ଏହାକୁ ଆମେରିକୀୟ ଇଞ୍ଜିନରେ ଏବଂ ଦ୍ୱିତୀୟଟି ସ୍ୱଦେଶୀ ଇଞ୍ଜିନରେ ତିଆରି କରାଯିବ। ଏହା ଆମେରିକାର ପଞ୍ଚମ ପିଢିର ଫାଇଟର୍ ଜେଟ୍ F-35 ଓ ଋଷିଆର Su-57 ଭଳି କ୍ଷମତାଶାଳୀ ହେବ। ଏବେ ଆସନ୍ତୁ ଜାଣିବା କଣ ରହିଛି AMCAର ବୈଶିଷ୍ଟ୍ୟ ।

ଅଧିକ ପଢ଼ନ୍ତୁ: ସତ ମାନିଲା ପାକିସ୍ତାନ, ଭାରତ ଦେଇଛି ଶକ୍ତ ପ୍ରହାର

AMCA ଷ୍ଟେଲଥ୍ ଟେକ୍ନୋଲୋଜି ପାଇଁ ଏହାକୁ ଶତ୍ରୁପକ୍ଷ ରାଡାର ଟ୍ରାକ କରିପାରିବ ନାହଁ ଫଳରେ ଏହା ନିଜ ମିଶନକୁ ବିନା କୌଣସି ବାଧାରେ ଶେଷ କରି ପାରିବ। ଏହାର ସ୍ପିଡ ମାକ୍ ୨.୧ ରହିବ, ଏଥିରେ ସୁପରକ୍ରୁଜ୍, ସେନ୍ସର ଫ୍ୟୁଜନ୍, ଆଡଭାନ୍ସ୍ ଏଭିଓନିକ୍ସ ଏବଂ ଆଭ୍ୟନ୍ତରୀଣ ଅସ୍ତ୍ରଶସ୍ତ୍ର ଭଳି ବୈଶିଷ୍ଟ୍ୟ ରହିବ। ଏହି ସମସ୍ତ ଫିଚର ଯେକୌଣସି ପଞ୍ଚମ ପିଢ଼ିର ଯୁଦ୍ଧ ବିମାନର ଆଧାର ଭାବରେ ବିବେଚନା କରାଯାଏ। 

Advertisment

AMCAକୁ ଭାରତୀୟ ବାୟୁସେନାର ଭବିଷ୍ୟତ ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଉଛି। ଏହାସହ ଚୀନର ୫ମ ପିଢିର J-20, J-35 ଭଳି ଯୁଦ୍ଧ ବିମାନକୁ ମୁକାବିଲା କରିବା ପାଇଁ ସକ୍ଷମ ହେବ AMCA ।

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

Indian Air Force Air Force
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ