Advertisment

India's Growing Defense Exports: ଭାରତକୁ ବଡ଼ ସଫଳତା, ବର୍ଷକରେ ବିକ୍ରି ହେଲାଣି ୨୪ ହଜାର କୋଟିର ଯୁଦ୍ଧାସ୍ତ୍ର

ବିଶ୍ୱରେ ଭାରତୀୟ ଯୁଦ୍ଧାସ୍ତ୍ରର ପ୍ରବଳ ଡିମାଣ୍ଡ । ୨୦୨୪-୨୫ ବର୍ଷରେ ୨୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନୀ ହୋଇଛି । ୨୦୨୯ ସୁଦ୍ଧା ଏହା ୫୦ ହଜାର କୋଟିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖିଛି ପ୍ରତିରକ୍ଷା ବିଭାଗ ।

ଅଦ୍ୟତନ ହୋଇଛି
Indian Defence Exports Growing

Indian Defence Exports Growing

Advertisment

ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀରେ ଭାରତକୁ ମିଳିଛି ବଡ଼ ସଫଳତା । ‘ଆତ୍ମନିର୍ଭର ଭାରତ’ ଯୋଜନା ଫଳପ୍ରଦ ହୋଇଛି । ୨୦୨୪-୨୫ ବର୍ଷରେ ୨୪ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିକ୍ରି ହୋଇଥିବା ଜଣାପଡ଼ିଛି । ପ୍ରତିରକ୍ଷା୍ ବଜାରରେ ଭାରତୀୟ ଯୁଦ୍ଧାସ୍ତ୍ରର ଚାହିଦା ବୃଦ୍ଧି କାରଣରୁ ରାଜସ୍ୱ ଆୟ ମଧ୍ୟ ବଢୁଛି । ଯାହାକି ଦେଶବାସୀଙ୍କ ପାଇଁ ଏକ ଖୁସି ଖବର । ୨୦୧୩-୧୪ ରେ ୬୮୬ କୋଟି ଟଙ୍କାର ରପ୍ତାନୀ ହୋଇଥିବାବେଳେ ୨୦୨୪-୨୫ରେ  ୨୩ ହଜାର ୬୨୨ କୋଟିରେ ପହଞ୍ଚିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

Advertisment

ପୂର୍ବରୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ପାଇଁ ଭାରତ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିଲା । ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ ହେଉଥିଲା । ବର୍ତ୍ତମାନ ସ୍ୱଦେଶରେ ଏସବୁ ନିର୍ମାଣ ହେବା ସହ ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି । ଖାଲି ସେତିକି ନୁହେଁ, ଅପରେସନ ସିନ୍ଦୁରରେ ଭାରତର ପରାକ୍ରମ ଦେଖିଛି ସାରା ବିଶ୍ୱ । ତେଣୁ ଆଗକୁ ପ୍ରତିରକ୍ଷା ସାମଗ୍ରୀ ସବୁର ଚାହିଦା ଆହୁରି ବଢିବ ବୋଲି ଆଶା କରାଯାଉଛି । ୨୦୨୯ ସୁଦ୍ଧା ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୫୦ ହଜାର କୋଟିକୁ ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି । 

ଅଧିକ ପଢନ୍ତୁ: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର

Defence Minister Rajnath Singh Aatmanirbhar Bharat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ