Advertisment

India's GDP: ବିଶ୍ୱରେ ସବୁଠାରୁ ଦ୍ରୁତ ଅର୍ଥନୀତି ଭାବେ ଆଗେଇ ଚାଲିଛି ଭାରତ

ଭାରତର ଅର୍ଥନୀତି ୨୦୨୫-୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ବିଶ୍ୱ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସାମଗ୍ରିକ GDP ଅଭିବୃଦ୍ଧି ଆଶାଠାରୁ ଅଧିକ ଅଛି।

GDP

GDP

Advertisment

ଭାରତର ଜିଡିପିରେ ଉଲ୍ଲେଖନୀୟ ଅଭିବୃଦ୍ଧି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ମୋଟ୍ ଘରୋଇ ଉତ୍ପାଦ ୭.୮ ପ୍ରତିଶତକୁ ଛୁଇଁବ ବୋଲି ଆକଳନ କରାଯାଇଛି। ଯାହା ପୂର୍ବରୁ ୬.୫ ପ୍ରତିଶତ ବୋଲି ଆଶା କରାଯାଉଥିଲା। ଫଳରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ଗତବର୍ଷ ତୁଳନାରେ ମଧ୍ୟ ୧.୩ ପ୍ରତିଶତ ଅଧିକ ହୋଇଛି।

Advertisment

ସେବା କ୍ଷେତ୍ରରେ ଅଦ୍ଭୁତପୂର୍ବ ଅବିବୃଦ୍ଧି ପାଇଁ ଭାରତୀୟ ଜିଡିପି ଏଭଳି ବୃଦ୍ଧି ଦେଖାଦେଇଛି। ସେହିଭଳି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମଘ୍ୟ ୩.୭ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଯାହା ଗତ ବର୍ଷର ୧.୫ ପ୍ରତିଶତ ତୁଳନାରେ ଉନ୍ନତ। ସେହିଭଳି ଉତ୍ପାଦନ କ୍ଷେତ୍ରରେ ୭.୭ ପ୍ରତିଶତ ଏବଂ ନିର୍ମାଣ କ୍ଷେତ୍ରରେ ୭.୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଭାରତୀୟ ଜାତୀୟ ପରିସଂଖ୍ୟାନ ଅଫିସ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟନ୍ବୟନ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେପଟେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ସଂଜୟ ମଲହୋତ୍ରା କହିଛନ୍ତି ଯେ, ଦେଶରେ ସ୍ବାଭାବିକ ଦକ୍ଷିଣ ପଶ୍ଚିମ ମୌସୁମୀ, ତଳମୁହାଁ ମୁଦ୍ରାସ୍ଫୀତି ଏବଂ ଦୃଢ଼ ଆର୍ଥିକ ସ୍ଥିତ ହିଁ ଦେଶର ଅର୍ଥନୀତିକୁ ଏହି ବଳ ଯୋଗାଇଛି। ଏହି ଅଭବୃଦ୍ଧି ଭାରତକୁ ବିଶ୍ୱର ସବୁଠାରୁ ଦ୍ରୁତ ବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ସ୍ଥାନ ଦେଇଛି।

Advertisment

ଅଧିକ ପଢନ୍ତୁ: ମହଙ୍ଗା ହୋଇଯିବ ଦୁଇଚକିଆ ଯାନ, 40% GST ଲଗାଇବେ ସରକାର

India GDP Gross Domestic Product India GDP Growth GDP In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ