• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ ନୌସେନା ହେବ ଆହୁରି ଶକ୍ତିଶାଳୀ । ପୁରୁଣା ଆଇଏନଏସ ବିକ୍ରାନ୍ତ ଅବସର ନେବା ପରେ ନୌସେନାରେ ସାମିଲ ହେବାକୁ ଯାଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୂଆ ବିକ୍ରାନ୍ତ । ଆସନ୍ତା ସେପ୍ଟେମ୍ବର ୨ରେ ଆନୁଷ୍ଠାନିକ ଭାବେ ଏହା ନୌସେନାରେ ସାମିଲ ହେବ । କୋଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତକୁ ନୌସେନାକୁ ଭେଟି ଦେବେ ଭାରତର ଦୁଇ ପଡୋଶୀ ଶତ୍ରୁ । ପାକିସ୍ତାନ ଏବଂ ଚୀନକୁ ଚେକ୍ ଦେବାକୁ ସବୁଠୁ ବଡ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ଆଇଏନ୍ଏସ୍ ବିକ୍ରାନ୍ତ ।

୩୦ଟି ଫାଇଟର ଜେଟ୍ ଓ ହେଲିକକ୍ଟର ମୁତୟନର କ୍ଷମତା । ସମୁଦ୍ରରେ ଥରକେ ସାଢେ ୭ ହଜାର ମିଲ୍ ଦୂରତା ଅତିକ୍ରମ କରିବାର ଦକ୍ଷତା । ଦୁଇଟି ଫୁଟବଲ୍ ଖେଳ ପଡିଆ ଭଳି ଫ୍ଲାଇଟ୍ ଡେକ୍ । ଭାରତୀୟ ନୌସେନାରେ ସାମିଲ ହେବାକୁ ପ୍ରସ୍ତୁତ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର୍ ଆଇଏନଏସ୍ ବିକ୍ରାନ୍ତ ଦମଦାର, ଜବରଦସ୍ତ, ଆକ୍ରମଣାତ୍ମକ । ଦେଶରେ ନିର୍ମିତ ସବୁଠୁ ବଡ ଯୁଦ୍ଧପୋତ ପୁରୁଣା ବିକ୍ରାନ୍ତ ଅବସର ନେବାର ୮ ବର୍ଷ ପରେ ସମୁଦ୍ରରେ ପୁଣି ବୀରତ୍ୱ ଦେଖାଇବ ବ୍ରାଣ୍ଡ ନ୍ୟୁ ବିକ୍ରାନ୍ତ ।

ସମୁଦ୍ରରେ ବିକ୍ରାନ୍ତର ଉପସ୍ଥିତି, ଶତ୍ରୁଙ୍କ ମଧ୍ୟରେ ଭୟ ଆଉ ଆତଙ୍କ ସୃଷ୍ଟି କରିବାକୁ ପର୍ଯ୍ୟାପ୍ତ ବିକ୍ରାନ୍ତରେ ମୁତୟନ ହୋଇଛି ୩୦ଟି ଫାଇଟର ଜେଟ୍ । ଯେଉଁଥିରେ ସାମିଲ ଅଛି ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ହେଲିକପ୍ଟର ।

ନୌସେନାରେ ସାମିଲ ହେବା ପରେ ନଭେମ୍ବରରୁ ଆରମ୍ଭ ହେବ ଫାଇଟର ଜେଟ୍ ଲ୍ୟାଣ୍ଡିଂ ଅଭ୍ୟାସ । ଏହାପୂର୍ବରୁ ବିକ୍ରାନ୍ତରେ ଧ୍ରୁବ, ଚେତକ, ରୋମିଓ ଏବଂ ସି-କିଙ୍ଗ ହେଲିକର ଉଡାଣ ଅଭ୍ୟାସ ଶେଷ ହୋଇଛି । ସେହିପରି ଆମେରିକାର ଏଫ୍-୧୮ ସୁପର ହର୍ଣ୍ଣେଟ୍ ଏବଂ ଫ୍ରାନ୍ସର ରାଫେଲ ଫାଇଟର ଜେଟ୍ର ଟ୍ରାଏଲ ବି ସରିଛି, ଏବେ ଅପେକ୍ଷା ମୁତୟନକୁ ।

ସେପ୍ଟେମ୍ବର ୨ ତାରିଖରେ ଭାରତକୁ ମିଳିବ ଦେଶର ଦ୍ୱିତୀୟ ଏୟାରକ୍ରାଫ୍ଟ କ୍ୟାରିୟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚ୍ଚି ବନ୍ଦରରେ ଆଇଏନଏସ୍ ବିକ୍ରାନ୍ତଙ୍କୁ ନୌସେନାକୁ ହସ୍ତାନ୍ତର କରିବେ । ଏହାପୂର୍ବରୁ ଆମେରିକା, ଚୀନ୍, ଋଷ, ଫ୍ରାନ୍ସ ଏବଂ ବ୍ରିଟେନ୍ ପାଖରେ ୱାର ସିପ୍ ନିର୍ମାଣ କରିବାର କ୍ଷମତା ରହିଥିଲା । ଏବେ ଏହି ଏଲିଟ୍ ଗ୍ରୁପରେ ସାମିଲ ହୋଇଛି ଭାରତ । ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ ସହ ଭାରତର ସୁରକ୍ଷା ଆହୁରି ମଜବୁତ ହେବ ।