Advertisment

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା; ୩ ହଜାର ଟପିଲା ସଂକ୍ରମଣ ସଂଖ୍ୟା

ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦେଶରେ ୪୬ ଦିନର ବ୍ୟବଧାନ ପରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ଟପିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Coronavirus Wrap: India’s Covid-19 cases record 66% spike in 24 hours

India reports over 3,000 daily Covid cases

ପୁଣି ଚିନ୍ତା ବଢ଼ାଉଛି କରୋନା । ଦେଶରେ କରୋନା ସଂକ୍ରମଣ ୪୬ ଦିନର ବ୍ୟବଧାନ ପରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ଟପିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନା ଜନିତ ମୃତ୍ୟୁ ହାର ବଢ଼ୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖୁବ ଶୀଘ୍ର ସ୍ଥିତି ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି କରାଯାଉଛି ।

Advertisment

ସେହିପରି କେବଳ ଦିଲ୍ଲୀରେ ୫ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଆହୁରି ଚିନ୍ତା ବଢାଇଛି । ଦିନକୁ ଦିନ କିଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଟିକାକରଣ ସହ ବୁଷ୍ଟର ଡୋଜ୍ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ବଢୁଥିବା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେନେଇ ଗତକାଲି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଥିଲେ।

ବିଶେଷ କରି ଭ୍ୟାକ୍ସିନେସନକୁ କିଭଳି ତ୍ୱରାନ୍ୱିତ କରାଯିବ ସେନେଇ ତ୍ୱରିତ ପଦକ୍ଷପ ନେବା ପାଇଁ ରାଜ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଏହି ଆଲୋଚନାରେ କହିଥିଲେ ।

Advertisment

ଅନ୍ୟପକ୍ଷେ, ଟିକାକରଣର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ଅବିଧି କମାଇବା ଉପରେ କେନ୍ଦ୍ର ସରକାର ଚିନ୍ତା କରୁଥିବା ବେଳେ ବୁଷ୍ଟର ଡୋଜର ଅବଧି ୯ ମାସରୁ ୬ ମାସକୁ କମାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରୁଛି । ସଂକ୍ରମଣକୁ ଆୟତ୍ତକୁ ଆଣିବାକୁ ହେଲେ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନେ ଶୀଘ୍ର ଟିକା ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁରୋଧ କରିଛି ।

ସୂଚନା ଅନୁସାରେ,ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୮ କୋଟି ୪୦ ଲକ୍ଷ କୋଭିଡ ଟିକାକରଣ ହୋଇଛି ଆଗକୁ ଟେଷ୍ଟ ଟ୍ରାକ ଓ ଟ୍ରିଟ୍ କୁ ଉପଯୁକ୍ତ ଭାବେ ଅବଲମ୍ବନ କରି କରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Coronavirus Coronavirus India Update
Advertisment
Advertisment