India's Airstrike in Pakistan
ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ 'ଅପରେସନ ସିନ୍ଦୂର' ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି । ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ହୋଇଛି ହମଲା । ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ବକୁ ଅବଗତ କରିଛି ଭାରତ । ଆମେରିକା, ବ୍ରିଟେନ୍, ରୁଷିଆ, ସାଉଦି ଆରବକୁ ଜଣାଇଛି । ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି ଏନଏସଏ ଅଜିତ ଡୋଭାଲ୍ ।
ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍, ମିସାଇଲ୍ ମାଡ଼ରେ ଛାରଖାର୍ ଆତଙ୍କୀ ଆଡ୍ଡା
ସମୟ ରାତି ୧ଟା ୫୪... ଭାରତର ଆରମ୍ଭ କଲା 'ଅପେରସନ ସିନ୍ଦୂର' । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼ । ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ଠିକଣା ଉପରେ ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରିଛି ଭାରତୀୟ ସଶସ୍ତ୍ର ବଳ । ଟାର୍ଗେଟ୍ରେ ଥିଲା ଜୈସ୍-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ଆଡ୍ଡା । ମୋଟ ୯ଟି ଠିକଣାରେ ପ୍ରଚଣ୍ଡ ହମ୍ଲା ହୋଇଛି । ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।
ଜୈସ୍-ଏ-ମହମ୍ମଦର(JeM) ଗଡ଼ ପାକିସ୍ତାନର ବହାବଲପୁର ସହର । ଏହି ସହର ଲାହୋରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ । ଏଠି 'ଜମିୟା ମସଜିଦ୍ ସୁହାନ ଅଲ୍ଲା' ପରିସରରେ JeM ମୁଖ୍ୟାଳୟ ରହିଛି । ୧୮ ଏକର ଜମିରେ ନିର୍ମିତ ହୋଇଥିବା ଏହି ଆତଙ୍କୀ ଶିବିର JeM ସଂଗଠନ ପାଇଁ ଭର୍ତ୍ତି, ଫଣ୍ଡିଂ, ଟ୍ରେନିଂର କେନ୍ଦ୍ର ଅଟେ । ଭାରତର ଅପରେସନ ଟାର୍ଗେଟରେ ଏହି ମସଜିଦ୍ ରହିଥିଲା । JeMର ପ୍ରତିଷ୍ଠାତା ମସୁଦ ଆଝାରର ଏଠାର କଡ଼ା ସୁରକ୍ଷା ଭିତରେ ରହିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746583567.jpg)