Rafale
ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ। ୨୬ଟି ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ମେଗା ଡିଲ୍ କରିବ ଭାରତ। ୨୨ଟି ସିଙ୍ଗିଲ୍ ସିଟର୍ ଓ ୪ଟି ଟ୍ୱିନ୍ ସିଟର୍ ରାଫେଲ୍ ଜେଟ୍ ଫ୍ରାନ୍ସ ଠାରୁ କିଣିବ ଭାରତ। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତ ଏହି ଚୁକ୍ତି ସ୍ୱାକ୍ଷର କରିବେ। ଭାରତର ପ୍ରତିଧିନିତ୍ୱ ସମ୍ଭବତଃ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ କରିପାରନ୍ତି।
ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ
ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ରହିପାରନ୍ତି। ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ, ଚଳିତମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ଏହି ୬୩ ହଜାର କୋଟି ଟଙ୍କାର ଡିଲକୁ ମଞ୍ଜୁରୀ ଦେଇଥିଲା। ଏବେ INS ବିକ୍ରାନ୍ତରେ ମିଗ୍-29K ବିମାନ ମୁତୟନ ଥିବା ବେଳେ, ରକ୍ଷଣାବେକ୍ଷଣ ସମସ୍ୟା ଯୋଗୁ ତାହା ଆଶାନୁରୂପ ପ୍ରଦର୍ଶନ କରିପାରୁନାହିଁ।
ଏବେ ବାୟୁସେନାରେ କାର୍ଯ୍ୟକ୍ଷମ ରହିଛି ୩୬ଟି ରାଫେଲ୍ ବିମାନ। ସେଗୁଡ଼ିକ ଅମ୍ବାଲା ଓ ହାସିମାରା ବାୟୁସେନା ଘାଟିରେ ମୁତୟନ ରହିଛି। ନୌସେନା ପାଇଁ ୨୬ଟି ରାଫେଲ୍ ଆସିଲେ, ଭାରତୀୟ ସେନା ପାଖରେ ରାଫେଲ୍ ସଂଖ୍ୟା ୬୨କୁ ବୃଦ୍ଧି ପାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Rafale_1745808376.jpg)