Advertisment

ISI Agent Expelled: ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ ISIର ଗୁପ୍ତଚର; ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ...

ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପାକିସ୍ତାନୀ ଅଧିକାରୀ ଜଣକ ଭାରତରେ କୂଟନୈତିକ ସୁବିଧାର ଅପବ୍ୟବହାର କରି ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଅଧିକାରୀ ଜଣକ ଦିଲ୍ଲୀରେ ବସି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ।

ଅଦ୍ୟତନ ହୋଇଛି
ISI Agent Expelled

ISI Agent Expelled

Advertisment

ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ ISIର ଗୁପ୍ତଚର। ପାକିସ୍ତାନ ହାଇକମିଶନରେ ନିଯୁକ୍ତ ପାକିସ୍ତାନୀ ଅଧିକାରୀଙ୍କୁ 'ପର୍ସନା ନନ୍ ଗ୍ରାଟା' ଘୋଷଣା କରିଛି ଭାରତ। ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି। ତାଙ୍କ ନାଁ ଏହେସାନ ଉର ରହିମ୍ ।  

Advertisment

ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପାକିସ୍ତାନୀ ଅଧିକାରୀ ଜଣକ ଭାରତରେ କୂଟନୈତିକ ସୁବିଧାର ଅପବ୍ୟବହାର କରି ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଅଧିକାରୀ ଜଣକ ଦିଲ୍ଲୀରେ ବସି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ। ପାକିସ୍ତାନ ହାଇକମିଶନର ଚାର୍ଜ ଡି' ଆଫେୟର୍ସଙ୍କୁ ଏହି ମର୍ମରେ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି। ଭାରତୀୟ ସେନା ବିଷୟରେ ସମ୍ବେଦନଶୀଳ ସୂଚନା ଲିକ୍ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ପଞ୍ଜାବ ପୋଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି।

ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ

Advertisment

ସେପଟେ ଭାରତର ଏହି ନିଷ୍ପତ୍ତି ପରେ ପାକିସ୍ତାନ ମଧ୍ୟ ଇସଲାମାବାଦର ଭାରତୀୟ ହାଇକମିଶନର କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ "ପର୍ସନା ନନ୍ ଗ୍ରାଟା" ଘୋଷଣା କରିଛି। ତାଙ୍କୁ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ନେଇ ସୂଚନା । ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ନେଇ ସୂଚନା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ଦିଆଯାଇଛି। ତେବେ ଏନେଇ ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ ମଧ୍ୟ କରିଛି ପାରାଦୀପ ଇମିଗ୍ରେସନ ବିଭାଗ । ପଣ୍ୟ ଖଲାସ ନ ହେବା ଯାଏଁ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନୀ ଯେମିତି  କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି କଡ଼ା ନଜର ରଖିବେ ବୋଲି ମଧ୍ୟ କୁହାଯାଉଛି। ପାରାଦୀପ ପୋର୍ଟ SPMରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ । 

Advertisment
Pakistan Pak ISI Agents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ