Advertisment

ଇରାନ୍ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତରେ ଶୋକ, ଅର୍ଦ୍ଧନମିତ ହେଲା ଜାତୀୟ ପତାକା

ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି ।

ଅଦ୍ୟତନ ହୋଇଛି
India Declares One-Day State Mourning For Iran President Death Ebrahim Raisi Death

Iran President

Advertisment

ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁରେ ଆଜି ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି । ତା’ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Advertisment

ରବିବାର ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମଙ୍କ ସହ ପ୍ରାଣ ହରାଇଥିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବଦୁଲ୍ଲାହିଆନ୍ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜରବାଇଜାନ ସୀମା ନିକଟରେ ଇରାନର ଉତ୍ତର-ପଶ୍ଚିମର ତବ୍ରେଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଖବର ପରେ ଇରାନର ରିଭୋଲ୍ୟୁସନରୀ ଗାର୍ଡ, ସେନା ଏବଂ ରେଡ୍ କ୍ରିସେଣ୍ଟ ଦୁର୍ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର କ୍ରାସ୍ ପଛରେ ଇସ୍ରାଏଲ୍‌ର ହାତ!

Advertisment

ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଅଂଚଳରେ ଘନ କୁହୁଡ଼ି ଥିଲା ବୋଲି ଜଣାପଡ଼ିଛି । ଇରାନ ସରକାରଙ୍କୁ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

ଇବ୍ରାହିମ ରଇସିଙ୍କ ହେଲିକପ୍ଟରର ଦୁର୍ଘଟଣା ଏବେ ସନ୍ଦେହ ଘେରରେ। ତାଙ୍କ ମୃତ୍ୟୁ ସହ ଅନ୍ୟ ଅଧିକାରୀଙ୍କ ମୃତ୍ୟୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଅନିଶ୍ଚିତତା ଦେଖାଦେଇଛି। ଯାହାକି ସମଗ୍ର ମଧ୍ୟ ପୂର୍ବ ଉପରେ ପ୍ରଭାବ ପକାଇପାରେ। କେବଳ ସେତିକି ନୁହେଁ, ରଇସିଙ୍କ ମୃତ୍ୟୁ ଇରାନ ଉପରେ ଆଭ୍ୟନ୍ତରୀଣ ତଥା ବାହ୍ୟ ଶତ୍ରୁ କିମ୍ବା ଇସ୍ରାଏଲ ପରି ବାହ୍ୟ ଦେଶର ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠିଛି।

Advertisment

ଇକୋନୋମିଷ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଦୁର୍ଘଟଣା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଛି। ବହୁ ପୂର୍ବରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି କିଛି ଇରାନୀୟ ଅନୁମାନ କରିଛନ୍ତି ଯେ ଏହି ଦୁର୍ଘଟଣା ପଛରେ ଇସ୍ରାଏଲ ରହିଥାଇପାରେ। ଦମ୍ମେସକରେ ଜଣେ ଇରାନ ଜେନେରାଲଙ୍କୁ ହତ୍ୟା କରିଥିଲେ ଇସ୍ରାଏଲ ସୈନ୍ୟ। ଏହାପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏଥି ସମେତ ସାମ୍ପ୍ରତିକ ଘଟଣା ପରେ ଏହା ଅନୁମାନ କରାଯାଉଛି ଯେ ଏହା ଇସ୍ରାଏଲର କାମ।

ତଥାପି, ବିଶେଷଜ୍ଞମାନେ ଇସ୍ରାଏଲର ଯୋଗଦାନ ନେଇ ସଠିକ୍ ଆକଳନ କରିପାରିନାହାନ୍ତି। ଯଦି ଏପରି ହୋଇଥାଏ ତେବେ ରାଷ୍ଟ୍ରପତିଙ୍କ ହତ୍ୟା ଏକ ପ୍ରତ୍ୟକ୍ଷ ଯୁଦ୍ଧକୁ ଆମନ୍ତ୍ରଣ କରିବ। ଇକୋନୋମିଷ୍ଟ ରିପୋର୍ଟ କରିଛି, "ଇସ୍ରାଏଲର ସମ୍ପୃକ୍ତି ଉପରେ ସନ୍ଦେହ କରିବାର ଅନେକ କାରଣ ରହିଛି। ଯଦିଓ ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କୁ କେବେ ହତ୍ୟା କରିବାର ନଜିର ନାହିଁ, ତଥାପି ଏହା ସତ ପ୍ରମାଣିତ ହେଲେ ଇରାନ୍‌ ନିଶ୍ଚୟ ପ୍ରତିକ୍ରିୟାଶୀଳ ହେବ ।

ଅଧିକ ପଢ଼ନ୍ତୁ: ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ, ଚାଲିଗଲା ୯ ଜୀବନ

Helicaptor Crash Chopper Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ