Advertisment

ସାବାସ୍‌ ଭାରତୀୟ ସେନା: ଚୀନ ସେନାକୁ ଗୋଡ଼େଇ ଗୋଡ଼େଇ ପିଟିଲେ

ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ।

ଅଦ୍ୟତନ ହୋଇଛି
India China Border Dispute

India-China face-off

Advertisment

ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ। ଗତ ୯ରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । LACରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରିଥିଲେ ଓ ଆମ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲେ ବୋଲି ରାଜନାଥ ସିଂ ଗତକାଲି ଏହା କହିଥିଲେ।

Advertisment

ଘଟଣାର ଦିନକ ପରେ ସୋସିଆଲ୍‌ ମିଡିଆ ରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ଶତାଧିକ ସୈନିକ ସୀମାରେ ମୁହାଁମୁହିଁ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ଏକ ତାର ବାଡ଼ ନିକଟରେ ସୈନିକମାନେ ଠେଲାପେଲା ହେଉଥିବା ଭିଡିଓରେ ନଜର ଆସିଛି। ଖାଲି ସେତିକି ନୁହେଁ ବାଡ଼ିରେ ଉଭୟ ପକ୍ଷର ସୈନ୍ୟ ପରସ୍ପରକୁ ମାର୍‌ପିଟ୍ କରୁଥିବା ମଧ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। 

ଅଧିକ ପଢ଼ନ୍ତୁ: ସୀମାରେ ଉଡ଼ୁଛି ଲଢୁଆ ବିମାନ ! ଚୀନକୁ ପାନେ ଦେବାକୁ ସଜାଗ ବାୟୁସେନା

ଭିଡିଓଟି ଗତ ଡିସେମ୍ବର ୯ ତାରିଖର ହୋଇଥିବା କୁହାଯାଉ ଥିବାବେଳେ ଏନେଇ ଭାରତୀୟ ସେନା ପ୍ରତିକ୍ରିୟା ରଖିଛି। ଏହା ଚଳିତ ଡିସେମ୍ବର ୯ ତାରିଖର ଘଟଣା ସହ ଜଡ଼ିତ ନୁହେଁ ବୋଲି ସେନା ପକ୍ଷରୁ କୁହାଯାଇଛି। ତେଣୁ ଗତବର୍ଷ ଅରୁଣାଚଳ ପ୍ରଦେଶ LACରେ ଏଭଳି ସ୍ଥିତି ଉପୁଜୁଥିବା ଭିଡିଓ ବୋଲି ସନ୍ଦେହ କରାଯାଉଛି। 

Advertisment

ସୂଚନାଥାଉ କି, ଗତ ଡିସେମ୍ବର ୯ ତାରିଖରେ ଚୀନ ସୈନ୍ୟ ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଲୋକସଭାକୁ ଜଣାଇଥିଲେ, ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା। ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନ ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ଏହି ସମୟରେ ଧସ୍ତାଧସ୍ତି ହେବା ଯୋଗୁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି।

Advertisment

ତେବେ ଭାରତର କେହି ଯବାନ ଗୁରୁତର ଆହତ ହୋଇନଥିବା ରାଜନାଥ ସିଂ ସ୍ପଷ୍ଟ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଶାସନ କାଳରେ କେହି ବି ଭାରତର ଇଞ୍ଚେ ମାତ୍ର ଜାଗା ନେଇପାରିବେ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଥିଲେ। ସେପଟେ ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ତେବେ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଲାଗି ଦ୍ୱିପାକ୍ଷିକ ଚ୍ୟାନେଲର ବ୍ୟବହାର କରିବା ଲାଗି ଓ୍ୱାଶିଂଟନ୍ ଉଭୟ ବେଜିଂ ଓ ନୂଆଦିଲ୍ଲୀକୁ ପରାମର୍ଶ ଦେଇଛି।

India China Border Dispute Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ