Advertisment

ଭାରତ-ଚୀନ ସୀମା ବିବାଦ: ସ୍ଥିତି ଉପରେ ଆମେରିକାର ତୀକ୍ଷଣ ନଜର

ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ଘଟଣା ପରେ ଦୁଇ ଦେଶ ଖୁବ ଶୀଘ୍ର ଉତ୍ତେଜନାକୁ ହ୍ରାସ କରିଥିବାରୁ ଆମେରିକା ଆଶ୍ୱସ୍ତି ପ୍ରକାଶ କରିଥିବା ହ୍ୱାଇଟ୍ ହାଉସ୍‌ର ପ୍ରେସ୍ ସଚିବ କହିଛନ୍ତି।

ଅଦ୍ୟତନ ହୋଇଛି
India China Border Dispute

India-China Border Issue: US Supports India

Advertisment

ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ତେବେ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଲାଗି ଦ୍ୱିପାକ୍ଷିକ ଚ୍ୟାନେଲର ବ୍ୟବହାର କରିବା ଲାଗି ଓ୍ୱାଶିଂଟନ୍ ଉଭୟ ବେଜିଂ ଓ ନୂଆଦିଲ୍ଲୀକୁ ପରାମର୍ଶ ଦେଇଛି। ହ୍ୱାଇଟ୍ ହାଉସ୍‌ର ପ୍ରେସ୍ ସଚିବ କେରିନ୍ ଜିନ୍ ପିୟରେ ଗତକାଲି ଏ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏହି ପ୍ରତିକ୍ରିୟା ରଖିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ସୀମାରେ ଉଡ଼ୁଛି ଲଢୁଆ ବିମାନ ! ଚୀନକୁ ପାନେ ଦେବାକୁ ସଜାଗ ବାୟୁସେନା

ଘଟଣା ପରେ ଦୁଇ ଦେଶ ଖୁବ ଶୀଘ୍ର ଉତ୍ତେଜନାକୁ ହ୍ରାସ କରିଥିବାରୁ ଆମେରିକା ଆଶ୍ୱସ୍ତି ପ୍ରକାଶ କରିଥିବା ହ୍ୱାଇଟ୍ ହାଉସ୍‌ର ପ୍ରେସ୍ ସଚିବ କହିଛନ୍ତି। ସେପଟେ ଆମେରିକା ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନ୍  ମଧ୍ୟ  ଏ ପ୍ରସଙ୍ଗରେ  ପ୍ରତିକ୍ରିୟା ରଖିଛି।  ପେଣ୍ଟାଗନ୍ ପ୍ରେସ୍ ସଚିବ ପ୍ୟାଟ୍‌ ରାଇଡର କହିଛନ୍ତି, LACରେ ଭାରତ-ଚୀନ ମୁହାଁମୁହିଁ ଘଟଣା ପରବର୍ତ୍ତୀ ସ୍ଥିତି ଉପରେ  ଆମେରିକା ପ୍ରତିରକ୍ଷା ବିଭାଗ ନଜର ରଖିଛି।

ଚୀନ ଏଲ୍ଏସିରେ ବାରମ୍ବାର ସୈନ୍ୟ ଠୁଳ କରିବା ସହ ସାମରିକ ଭିତ୍ତିଭୂମି ନିର୍ମାଣ କରି ଆସୁଥିବା ନଜରକୁ ଆସିଛି।  ଏହା ଆମେରିକାର ସହଯୋଗୀ ତଥା ଇଣ୍ଡୋ-ପ୍ୟାସିଫିକରେ ଥିବା ଅଂଶୀଦାରଙ୍କ ପ୍ରତି ଚୀନର ଉତ୍ତେଜକ ମନୋବୃତ୍ତି।  ତେବେ ଆମେ ଆମର ସହଯୋଗୀ ଓ ଅଂଶୀଦାରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପେଣ୍ଟାଗନ୍ ପ୍ରେସ୍ ସଚିବ କହିଛନ୍ତି। 

Advertisment
India China Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ