• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନକୁ ଦିନ ଭାରତ ଓ କାନାଡ଼ା ମଧ୍ୟରେ ଥିବା ବିବାଦ ବଢ଼ିବାରେ ଲାଗିଛି । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା। ‍ ଆଉ ଏବେ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଦ୍ଦ କରିଛି ଭାରତ । ଅର୍ଥାତ କାନାଡାରୁ ଭାରତ ‍ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଦିଷ୍ଟ କାଳ ପାଇଁ ମିଳିପାରିବ ନାହିଁ ।

କାନାଡା-ଭାରତ ମଧ୍ୟରେ ଲାଗିରହିଥିବା ତିକ୍ତତା ଭିତରେ ଭାରତ ନେଇଥିବା ପଦକ୍ଷେପ ମଧ୍ୟରୁ ଏହା ହେଉଛି ସବୁଠାରୁ ବଡ଼ ପଦକ୍ଷେପ । ଯେତେବେଳେ କାନାଡା ପ୍ରଧାନମନ୍ତ୍ରୀ ଖଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ଅଭିଯୋଗ ଭାରତ ଉପରେ ଲଗାଇବା ପରେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା ।

ସୂଚନା ଅନୁସାରେ ଭିସା ସେବା ନିଲମ୍ବନର କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । କିନ୍ତୁ କାନାଡରେ ଭିସା ଆବେଦନ କେନ୍ଦ୍ର ଚଳାଉଥିବା ବିଏଲଏସ୍ ଇଣ୍ଟରନ୍ୟାସନାଲ ୱେବସାଇଟରେ ଏକ ମେସେଜ୍ ପୋଷ୍ଟ କରାଯାଇଛି । ଏହି ମେସେଜରେ ଉଲ୍ଲେଖ କରାଯାଇଛି ଯେ, ପରିଚାଳନା ଗତ କାରଣରୁ ସେପ୍ଟେମ୍ବର ୨୧ ତାରିଖଠାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ଭିସା ସେବାକୁ ରଦ୍ଦ କରାଯାଇଛି ।

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‍ଆଡଭାଇଜର ଜାରି କରି କହିଥିଲେ କି କାନାଡା ଯାଉଥିବା ଭାରତୀୟ ନାଗରିକଙ୍କୁ ସାବଧାନତା କରାଯାଇଛି । ଏମିତି କୌଣସି ସ୍ଥାନକୁ ନ ଯା‍ଆନ୍ତୁ ଯେଉଁଠାରେ ଭାରତ ବିରୋଧୀ ଘଟଣା ହୋଇଛି କିମ୍ବା ଏମିତି ଭାରତ ବିରୋଧୀ ଘଟଣା ହେବାର ‍ଆଶଙ୍କା ରହିଛି ବୋଲି ଭାରତୀୟ ନାଗରିକଙ୍କ ପାଇଁ ‍ଆଡଭାଇଜର ଜାରି କରିସାରିଛି ବୈଦେଶିକ ମନ୍ତ୍ରଣାଳୟ ।