• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱ ଅର୍ଥନୀତି ରାଙ୍କରେ ବ୍ରିଟେନ୍‌କୁ ହଟାଇ ପଞ୍ଚମ ସ୍ଥାନରେ ଭାରତ । ବିଶ୍ୱର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ଭାରତର ସ୍ଥାନ ଉପରକୁ ଆସିଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍‌କୁ ପଛରେ ପକାଇ ଭାରତ ୫ମ ସ୍ଥାନକୁ ଉନ୍ନୀତ ହୋଇଛି । କରୋନା ମହାମାରୀ ପରେ ଦରଦାମରେ ହୋଇଥିବା ଅହେତୁକ ଦର ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଆସିଛି ।

୨୦୨୧ ଶେଷ ତିନି ମାସରେ ଭାରତ ଏହି ସଫଳତା ହାସଲ କରିଛି । ୧୦ ବର୍ଷ ତଳେ ଏହି ତାଲିକାରେ ଭାରତ ଏକାଦଶ ସ୍ଥାନରେ ରହିଥିଲା । ହେଲେ ବ୍ରିଟେନ୍ ଦଶନ୍ଧି ତଳେ ପଞ୍ଚମ ତାଲିକାରେ ରହିଥିଲା । ବିଶ୍ୱ ଅର୍ଥନୀତି ଆକଳନ ଅନୁଯାୟୀ, ପ୍ରତିବର୍ଷ ୭ ପ୍ରତିଶତ ହାରରେ ଭାରତର ଅର୍ଥନୀତି ବୃଦ୍ଧି ପାଇଛି । ମାର୍ଚ୍ଚ ସୁଦ୍ଧା ଭାରତର ତ୍ରୈମାସିକ ନୋମିନାଲ କ୍ୟାସ୍ ଟର୍ମ ଥିଲା ୮୫୪.୭ ବିଲିୟନ ଡଲାର । ହେଲେ ସେହି ସମୟରେ ବ୍ରିଟେନ୍‌ର ଥିଲା ୮୧୬ ବିଲିୟନ ଡଲାର ।