ପାକିସ୍ତାନରୁ ସବୁ ଆମଦାନୀ ବ୍ୟାନ୍
ପହଲଗାମ୍ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତିକ୍ତତା । ତେବେ ଏହାରି ମଧ୍ୟରେ ପାକିସ୍ତାନ ବିରୋଧରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନଠୁ ଭାରତ ସମସ୍ତ ପ୍ରକାର ଆମଦାନୀକୁ ନିଷେଧ କରିଛି । ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ନିକଟରେ ପାକିସ୍ତାନରୁ ଆସିବା ପାଇଁ ପ୍ରସ୍ତୁତ ଥିବା ସମସ୍ତ ପ୍ରକାର ଆମଦାନୀ ଉପରେ ଏହି କଟକଣା ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ: ଜଳ-ସ୍ଥଳ-ଆକାଶ, ଜାଣନ୍ତୁ କେଉଁଠି କାହାର କେତେ ଦମ୍ ?
ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀକ ମଧ୍ୟ ବ୍ୟାନ୍ କରାଯାଇଛି। ପାକିସ୍ତାନରୁ ଉତ୍ପାଦିତ କିମ୍ବା ପାକିସ୍ତାନରୁ ରପ୍ତାନୀ ହେଉଥିବା ପ୍ରତ୍ୟେକ ଜିନିଷ ଉପରେ ତୁରନ୍ତ ଏହି ନିୟମ ଲାଗୁ କରାଯାଇଛି । ତେବେ ଅତ୍ୟାବଶ୍ୟକ ଭିତ୍ତିରେ ଯଦି ସେଭଳି କୌଣସି ଜିନିଷର ଆମଦାନୀ ଆବଶ୍ୟକତା ଥାଏ, ତେବେ ସେ କ୍ଷେତ୍ରରେ ସରକାରଙ୍କ ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ସେପଟେ ପହଲଗାମ୍ ଆକ୍ରମଣ ପରେ ପୂରା ଭାରତରେ ରହିଛି ଶୋକ ଓ କ୍ରୋଧର ପରିବେଶ । ଆତଙ୍କବାଦୀ ଓ ସେମାନଙ୍କ ଆକ୍କାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଭାରତ ସରକାର ମଧ୍ୟ ଆକ୍ସନ ମୁଡ୍ରେ ରହିଛି ଏବଂ ପାକିସ୍ତାନ ବିରୋଧରେ ବଡ଼ ବଡ଼ ନିଷ୍ପତ୍ତି ଗ୍ରହଣ କରୁଛି । ସିନ୍ଧୁ ଜଳ ଚୁକ୍ତିଠୁ ଆରମ୍ଭ କରି ଡିଜିଟାଲ ଷ୍ଟ୍ରାଇକ୍ ମଧ୍ୟ କରିଛି ଭାରତ ।
ଏହାରି ମଧ୍ୟରେ ପାକିସ୍ତାନ ବିରୋଧରେ ଗତକାଲି ଭାରତ ବଡ଼ ଡିଜିଟାଲ ଷ୍ଟ୍ରାଇକ୍ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲକ୍ କରିଛି ଭାରତ । ସେହିପରି କ୍ରିକେଟର ସାହିନ୍ ଆଫ୍ରିଦି, ବାବର ଆଜାମ, ରିଜୱାନଙ୍କ ଇନ୍ଷ୍ଟାଗ୍ରାମ୍କୁ ମଧ୍ୟ ବ୍ଲକ୍ କରିଛି ଭାରତ । ପୂର୍ବରୁ ପାକିସ୍ତାନର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ଇନ୍ଷ୍ଟା ମଧ୍ୟ ବ୍ଲକ୍ କରିଛି ଭାରତ ।
ତେବେ ଭାରତ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନୀ ମନୋରଞ୍ଜନ ଶିଳ୍ପକୁ ବହୁତ ବଡ଼ ଝଟକା ଲାଗିଛି । କାହିଁକି ନା କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନୀ କଳାକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଫୱାଦ ଖାନଙ୍କ ବଲିଉଡ କମବ୍ୟାକ୍ ଭାରତରେ ନିଷିଦ୍ଧ କରାଯାଇଥିଲା। ଫୱାଦ ଖାନଙ୍କ ଫିଲ୍ମ 'ଆବୀର ଗୁଲାଲ' ବ୍ୟାନ ହେବା ପରେ, ଅଭିନେତ୍ରୀ ହାନିଆ ଆମିର ଓ ଅଲ୍ଲୀ ଫାଜଲ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746257354.jpg)