• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସର୍ବସମ୍ମୁଖରେ ଇଞ୍ଜିନିୟରଙ୍କ ଗାଲରେ ଶକ୍ତ ଚାପୁଡ଼ା ପକାଇଲେ ବିଧାୟିକା । ଘଟଣାସ୍ଥଳରେ ଥିବା କିଛି ଲୋକ ସେହି ସମୟର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି । ମୁମ୍ବାଇ ଭାଗ୍ୟନ୍ଦର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ଚାପୁଡ଼ା ମାରିଥିବା ଗୀତା ଜୈନ୍ ଜଣେ ସ୍ୱାଧୀନ ବିଧାୟକ । ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ପାଇଁ ନିଗମର ଇଞ୍ଜିନିୟରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ବିଧାୟିକା । ଗତକାଲି ନିଜ ନିର୍ବାଚନ ମଣ୍ଡଳୀରେ ଜବରଦଖଲ ଉଚ୍ଛେଦ କାମ ଚାଲିଥିବା ବେଳେ ସେଠାକୁ ଯାଇଥିଲେ ଗୀତା ଜୈନ୍ । ହେଲେ ସେଠାରେ ସ୍ଥାନୀୟ ଲୋକେ ବିଧାୟିକାଙ୍କୁ ଘେରି ବିନା ନୋଟିସ୍‌ରେ ଜବରଦଖଲ ଉଚ୍ଛେଦ ହେଉଥିବା ଅଭିଯୋଗ କରିଥିଲେ । ଦୁଇ ଜଣ ଇଞ୍ଜିନିୟର୍‌ ଜବରଦଖଲ ସ୍ଥାନରେ ଥିବା କେତୋଟି ଘର ଭାଙ୍ଗି ଦେଇଥିବାରୁ ସେଠାରେ ରହୁଥିବା ଲୋକେ ପିଲାପିଲିଙ୍କୁ ଧରି ବର୍ତ୍ତମାନ ରାସ୍ତାରେ ରହୁଥିବା ଜଣାଇଥିଲେ ।

ଏକଥା ଜାଣିବା ପରେ ଗୀତା ଜୈନ ଉତ୍‌କ୍ଷିପ୍ତ ହୋଇଯାଇଥିଲେ । ବର୍ଷା ପାଖେଇ ଆସୁଥିବା ବେଳେ ସେମାନଙ୍କ ଘର କାହିଁକି ଭାଙ୍ଗିଲ କହି ୨ଜଣ ଇଞ୍ଜିନିୟର୍‌ଙ୍କୁ ପ୍ରଶ୍ନ କରିଥିଲେ । ହେଲେ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଫଳରେ ବିଧାୟିକା ମାଡାମ୍‌ ଗାଳି ଦେବା ସହ ଜଣେ ଜେଇଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ପକାଇଥିଲେ । ଏନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାଯାଇଛି ।

ଅନ୍ୟପଟେ ଏସମ୍ପର୍କରେ ବିଧାୟିକାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଗୀତା ଜୈନ୍ ପୂର୍ବରୁ ସହରର ମେୟର୍‌ ଥିଲେ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥି ଭାବେ ବିଜୟୀ ‌ହୋଇ ବିଧାୟିକ ହୋଇଛନ୍ତି ।