/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652764242.jpg)
In Nepal, PM Modi dubs common heritage asset for both nations
ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ୍ର ଶିଳାନ୍ୟାସ । ଦିନିକିଆ ବ୍ୟସ୍ତବହୁଳ ନେପାଳ ଗସ୍ତରେ ଯାଇ ଲୁମ୍ବିନୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ୍ ସେଣ୍ଟରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ନେପାଳ ପ୍ରତିପକ୍ଷ ଶେର୍ ବାହାଦୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶିଳାନ୍ୟାସ ଅବସରରେ ଆମନ୍ତ୍ରିତ ବୌଦ୍ଧ ଭିକ୍ଷୁଙ୍କୁ ଉପହାର ପ୍ରଦାନ ସହ ହସ୍ତଯୋଡ଼ି ପ୍ରଣିପାତ ଜଣାଇଥିଲେ । ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୁରଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି ।
ଅନ୍ୟପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବାର ଅଛି । ବିଶେଷ କରି ଜଳବିଦ୍ୟୁତ ଓ ଯୋଗାଯୋଗ କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ଅଛି । ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦିଙ୍କ ଏହା ହେଉଛି ତାଙ୍କର ପଞ୍ଚମତମ ନେପାଳ ଗସ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)