• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲିଆ ମୁଣ୍ଡରେ ତେଲ । ଦେଶରେ ବଢ଼ି ଚାଲିଛି ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ । ବୃଦ୍ଧି ପାଉଛି ଧନୀ ଗରୀବଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା । ଭାରତର ମାତ୍ର ୨୧ ଅରବପତିଙ୍କ ସମ୍ପତ୍ତି ମୂଲ୍ୟ ଅନ୍ୟ ୭୦ କୋଟି ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଠାରୁ ଅଧିକ । ସେହିଭଳି ଦେଶର ୫ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଭାରତର ୬୦ ପ୍ରତିଶତ ସମ୍ପତ୍ତି । ଅନ୍ୟପଟେ ଦେଶର ନିମ୍ନଭାଗରେ ରହୁଥିବା ୫୦ ଭାଗ ଲୋକଙ୍କ ପାଖରେ ରହିଛି ଦେଶର ମାତ୍ର ୩ ପ୍ରତିଶତ ସମ୍ପତ୍ତି ।

ଦେଶରେ ଅସମାନତା, ଶିଶୁ ଶିକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ କାର୍ଯ୍ୟ କରୁଥିବା NGO ସଂସ୍ଥା ଅକ୍ସଫାମ୍ ଇଣ୍ଡିଆ ଏଭଳି ରିପୋର୍ଟ ପ୍ରକାଶ କରିଛି । ଅକ୍ସଫାମ ଇଣ୍ଡିଆ ତାର ସଦ୍ୟ ପ୍ରକାଶିତ ସର୍ଭାଇଭାଲ ଅଫ୍ ଦ ରିଚେଷ୍ଟ: ଦ ଇଣ୍ଡିଆ ଷ୍ଟୋରୀ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ୨୦୨୨ରେ ଦେଶର ପ୍ରମୁଖ ଅରବପତିମାନେ ୪୬ ପ୍ରତିଶତ ସମ୍ପତ୍ତି ବୃଦ୍ଧି କରିଛନ୍ତି । ଦେଶରେ ଅର୍ଥନୈତିକ ଅସମାନତାରେ ବ୍ରେକ୍ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ କିଛି ପ୍ରସ୍ତାବ ମଧ୍ୟ ରଖିଛି ସଂସ୍ଥା । ଯଦି ଦେଶର ପ୍ରମୁଖ ୧୦ ଅରବପତିଙ୍କ ବର୍ଦ୍ଧିତ ସମ୍ପତ୍ତି ଉପରେ ୫ ପ୍ରତିଶତ ଟିକସ ଲଗାଯିବ, ତେବେ ଦେଶର ସବୁ ପିଲାଙ୍କୁ ସ୍କୁଲ ଫେରାଇ ଆଣିବା ଲାଗି ଯେତିକି ଅର୍ଥ ଦରକାର, ତାହା ମିଳିଯାଇପାରିବ ।

ଅଧିକ ପଢ଼ନ୍ତୁ: କିଏ ହେବ ବିଶ୍ୱର ଏକ ନମ୍ବର ଧନୀ, ଏହି ଦୁଇ ଜଣଙ୍କ ମଧ୍ୟରେ ଚାଲିଛି ରେସ୍‌...

୨୦୧୭-୨୧ରେ ଦେଶର କେବଳ ଜଣେ ଅରବପତି ଗୌତମ ଆଦାନୀଙ୍କ ବର୍ଦ୍ଧିତ ସମ୍ପତ୍ତି ଉପରେ ଯଦି ଟିକସ ଲଗିଥାନ୍ତା, ତାହେଲେ ଦେଶର ୫ କୋଟି ଶିକ୍ଷକଙ୍କୁ ବର୍ଷକ ପାଇଁ ନିଯୁକ୍ତି ଦିଆଯାଇପାରିଥାନ୍ତା ବୋଲି ଏହି ରିପୋର୍ଟରେ କହିଛି ଅକ୍ସଫାମ ।