ବାୟୁସେନାକୁ ବଡ଼ ସଫଳତା; ନାଇଟ୍‌ ଭିଜନ୍‌ ଗଗଲ୍ସ ସହାୟତାରେ ଅବତରଣ କଲା ବିମାନ... 

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା । ନାଇଟ୍‌ ଭିଜନ୍‌ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ଭାରତୀୟ ବାୟୁସେନାର ସି-୧୩୦ଜେ (C130-J) ବିମାନ।

Indian Air Force

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା । ଭାରତୀୟ ବାୟୁସେନାକୁ ଛୁଇଁଲା ଆଉ ଏକ ମାଇଲଖୁଣ୍ଟ । ନାଇଟ୍‌ ଭିଜନ୍‌ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ଭାରତୀୟ ବାୟୁସେନାର ସି-୧୩୦ଜେ (C130-J) ବିମାନ । ଏହି ସମୟର ଦୁଇଟି ଭିଡିଓକୁ ବାୟୁସେନା ପକ୍ଷରୁ ସୋସିଆଲ ମିଡ଼ିଆ ‘ଏକ୍ସ’ ଆକାଉଣ୍ଟରେ ସେୟାର କରାଯାଇଛି ।

ଦେଶର ସାର୍ବଭୌମତ୍ୱର ରକ୍ଷା ପାଇଁ ଭାରତୀୟ ବାୟୁସେନା ସବୁବେଳେ ସବୁ ପରିସ୍ଥିତିରେ ପ୍ରସ୍ତୁତ ରହିଛି । ଏହା ଆଗକୁ ଭାରତକୁ ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲାରେ ସହାୟକ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଏହି ସଫଳତା ବାୟୁସେନାର ପ୍ରତିବଦ୍ଧତାକୁ ଦର୍ଶାଇଥିବା ବେଳେ ସଫଳତା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅଧିକ ପଢ଼ନ୍ତୁ: ବଦଳିଲା ନିୟମ, ଜୁନ ପହିଲାରୁ ନୂଆ ପ୍ରଣାଳୀରେ ହେବ ଆବେଦନ; ଜାଣନ୍ତୁ...

ଏହା ପୂର୍ବରୁ ଭାରତୀୟ ବାୟୁସେନା ଆଉ ଏକ ବଡ ସଫଳତା ହାସଲ କରିଥିଲା । ବାସ୍ତବରେ ବାୟୁସେନା ଏହାର C-130J ସୁପର ହର୍କ୍ୟୁଲ୍ସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଥିଲା । ଏହି ସମୟ ମଧ୍ୟରେ ବାୟୁସେନାର କମାଣ୍ଡୋଙ୍କୁ ମଧ୍ୟ ସୁପର ହର୍କ୍ୟୁଲ୍ସ ବିମାନରେ କାର୍ଗିଲକୁ ପଠାଯାଇଥିଲା । ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ କିପରି ଶୀଘ୍ର ନିୟୋଜିତ କରାଯାଇପାରିବ ସେନେଇ କମାଣ୍ଡୋଙ୍କ ପ୍ରଶିକ୍ଷଣର ଏହା ମଧ୍ୟ ଏକ ଅଂଶ ଥିଲା । 

ଅଧିକ ଉଚ୍ଚତାରେ ବିମାନ ଅବତରଣ କରିବା ସର୍ବଦା ଚ୍ୟାଲେଞ୍ଜ ରହିଥାଏ । କାର୍ଗିଲ ପରି ଏକ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ସୁପର ହର୍କ୍ୟୁଲ୍ସ ବିମାନର ସଫଳ ଅବତରଣ ଏକ ବଡ଼ ସଫଳତା ଥିଲା । ଏହାପୂର୍ବରୁ ବାୟୁସେନା ପାଇଲଟ୍‌ମାନେ ଉତ୍ତରାଖଣ୍ଡର ଧରାସୁ ଠାରେ ସୁପର ହର୍କ୍ୟୁଲ୍ସ ବିମାନକୁ ସଫଳତାର ସହ ଅବତରଣ କରିଥିଲେ । 

ଅଧିକ ପଢ଼ନ୍ତୁ: ତେଲ ଟାଙ୍କି ଫୁଲ୍‌ କଲେ ହେବନି ବିସ୍ଫୋରଣ; ଗୁଜବ ନେଇ ଏମିତି କହିଲା ଅଏଲ୍ ଇଣ୍ଡିଆ