Advertisment

Kashmir Tourism Impact Post-Attack: ‘ଭୟ କରନ୍ତୁନି, କାଶ୍ମୀର ଆସନ୍ତୁ ’

କାଶ୍ମୀରର ଅର୍ଥ ବ୍ୟବସ୍ଥା ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରେ । ଆତଙ୍କୀ ଆକ୍ରମଣ ଏଅହି ଶିଳ୍ପକୁ ପ୍ରଭାବିତ କରିଛି । ୯୫ ପ୍ରତିଶତ ପର୍ଯ୍ୟଟକ ସେମାନଙ୍କ ଟିକେଟ କ୍ୟାନସଲ କରିଛନ୍ତି। ସମସ୍ତ ପହଲଗାମ ବାସିନ୍ଦା ଡିପ୍ରେସନରେ ଅଛନ୍ତି। ସୁନ୍ଦର ଭାବେ ଚାଲୁଥିବା ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇଯାଇଛି।

Kashmir

Kashmir

Advertisment

କାଶ୍ମୀରର ବହୁତ ସୁନ୍ଦର ଜାଗା। ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରନ୍ତୁ। ହିନ୍ଦୁ ମିସଲିମ ଭେଦ ଭାବ କର ନାହିଁ। ସମସ୍ତେ ସମାନ। ଇଏ ହେଉଛି ଜଣେ ଓଡିଆ ପର୍ଯ୍ୟଟକର ମନର କଥା। ଆତଙ୍କୀ ଆକ୍ରମଣର ୫ ଦିନ ପରେ ସେମାନେ ପହଞ୍ଚିଛନ୍ତି ପହଲଗାମରେ। ପରିବାର ସହ ପହଲଗାମର ସୁନ୍ଦରତାକୁ ଦେଖୁଛନ୍ତି ଆଉ ସେଲଫି ପଏଣ୍ଟରେ ଫଟୋ ବି ଉଠାଉଛନ୍ତି।

Advertisment

ଆକ୍ରମଣ ଦିନ ସେମାନେ ସମସ୍ତେ ଗୁଲମାର୍ଗରେ ଥିଲେ। ମନରେ ଭୟ ଥିଲା। ଫେରିଯିବାକୁ ଚିନ୍ତା କରୁଥିଲେ। କିନ୍ତୁ ସାହାସ ଜୁଟାଇ ପହଞ୍ଚିଛନ୍ତି ପହଲଗାମରେ। ଯଦି ପହଲଗାମ ଆସି ନଥାନ୍ତେ ମନରେ ଅବଶୋଷ ରହିଯାଇଥାନ୍ତା। ଏତେ ସୁନ୍ଦର ଜାଗା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ।

ଅଧିକ ପଢ଼ନ୍ତୁ: କାଶ୍ମୀର ପହଲଗାମରେ ସ୍ଥିତି ପରଖିଲା ଓଟିଭି, କଡ଼ା ସୁରକ୍ଷାରେ ବୁଲୁଛନ୍ତି ପର୍ଯ୍ୟଟକ

Advertisment

କାଶ୍ମୀରର ଅର୍ଥ ବ୍ୟବସ୍ଥା ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରେ । ଆତଙ୍କୀ ଆକ୍ରମଣ ଏଅହି ଶିଳ୍ପକୁ ପ୍ରଭାବିତ କରିଛି । ୯୫ ପ୍ରତିଶତ ପର୍ଯ୍ୟଟକ ସେମାନଙ୍କ ଟିକେଟ କ୍ୟାନସଲ କରିଛନ୍ତି। ସମସ୍ତ ପହଲଗାମ ବାସିନ୍ଦା ଡିପ୍ରେସନରେ ଅଛନ୍ତି। ସୁନ୍ଦର ଭାବେ ଚାଲୁଥିବା ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇଯାଇଛି।

ସେମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତ କିଛି ଦିନ ଧରି ବ୍ୟବସାୟ ଭଲ ଚାଲୁଥିଲା। ହେଲେ ଆମ ପେଟରେ ଲାତ ମାରିଛନ୍ତି ଏଅହି ଆତଙ୍କୀ। ସେମାନଙ୍କୁ କୌଣସି ପରିସ୍ଥିତିରେ ଛଡାଯିବା ଉଅଛିତ ନୁହେଁ ବୋଲି ଦାବି କରିଛନ୍ତି ସେମାନେ।

Advertisment

କିଏ ପରିବାର ସହ ତ କିଏ ପୁଣି ନିଜ ପ୍ରିୟର ମଣିଷଙ୍କ ସହ ଏହି ମିନି ସୁଇଜରଲ୍ୟାଣ୍ଡକୁ ବୁଲି ଆସି ସ୍ମୃତି ସାଉଁଟିବାକୁ ଚାହାନ୍ତି । ଏବେ ଏତେ ବଡ଼ ଆତଙ୍କବାଦୀ ହମଲା ପରେ ଆଗକୁ ପର୍ଯ୍ୟଟକଙ୍କ ଆଗମନ କମିବ ନା ସବୁ କିଛି ପୂର୍ବ ଭଳି ଫେରି ଆସିବ ତାହା ସମୟ କହିବ ।

ଅଧିକ ପଢ଼ନ୍ତୁ: ଅବୈଧ ଭିସାରେ ଭାରତରେ ବର୍ଷ ବର୍ଷ, ରାଜ୍ୟରେ ୧୨ ପାକିସ୍ତାନୀ ନାଗରିକ

Kashmir Tourists Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ