PM Modi On Ceasefire
ଯଦିଓ ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି, କିନ୍ତୁ ଏବେ ବି ଦୁଇ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଆଜି ପୁଣିଥରେ ପାକିସ୍ତାନ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅସ୍ତ୍ରବିରତି ପରେ ବି ଯଦି ପାକିସ୍ତାନ ଆଟାକ୍ କରେ, ତେବେ ଭାରତ ଏହାର କଡ଼ା ଜବାବ ଦେବ । ପାକିସ୍ତାନ ଗୁଳି ଫୁଟାଇଲେ ଆମେ ଗୋଳାରେ ଜବାବ ଦେବୁ । ପାକିସ୍ତାନ ସହ ଉତ୍ତେଜନା ହ୍ରାସ ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଆଲୋଚନା କରିବା ସମୟରେ ଏପରି ସଫା ସଫା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପିଏମ୍ ମୋଦି ଜେଡି ଭାନ୍ସଙ୍କୁ କହିଛନ୍ତି ଯେ, ''ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରେ ତେବେ ଏହାର ଆମେ କଡ଼ା ଜବାବ ଦେବୁ । ଭାରତର ଜବାବ ଅତି ଭୟଙ୍କର ହେବ । ସେପଟୁ ଗୁଳି ମାଡ଼ ହେଲେ ଏପଟୁ ଗୋଳା ବର୍ଷିବ । ଯଦି ପାକିସ୍ତାନ ଗୁଳିଗୋଳା ନକରେ ତାହେଲେ ଭାରତ ମଧ୍ୟ ଏଥିରୁ ବିରତ ରହିବ ।'' ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’
ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କାଶ୍ମୀର ପ୍ରସଙ୍ଗରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବର ମଧ୍ୟ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ରୋକ୍ ଠୋକ୍ କହିଛନ୍ତି, ''କାଶ୍ମୀର ପ୍ରସଙ୍ଗରେ ଆମର ଆଭିମୁଖ୍ୟ ସ୍ପଷ୍ଟ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଦରକାର ନାହିଁ । ତେବେ ପାକ୍ ଅଧିକୃତ କାଶ୍ମୀର (PoK) ଭାରତକୁ ଫେରିବା ନେଇ କଥା ହୋଇପାରିବୁ । ଏଥିସହ ଯଦି ପାକିସ୍ତାନ ଆତଙ୍କବାଦୀଙ୍କୁ ଆମ ହାତକୁ ଦେବ ତାହେଲେ କଥା ହେବୁ । ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ।'' କାଶ୍ମୀର ପ୍ରସଙ୍ଗରେ ଆମେ କାହାର ମଧ୍ୟସ୍ଥତା ଚାହୁଁନୁ ବୋଲି ସ୍ପଷ୍ଟ କରିଛନ୍ତି ମୋଦି ।
ମୋଦିଙ୍କ ସହ ଆଲୋଚନା ପରେ ଜେଡି ଭାନ୍ସ ପାକିସ୍ତାନର ସେନା ମୁଖ୍ୟ ଅସିମ୍ ମୁନୀରଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହାପରେ ପୁଣି ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସହ ଚର୍ଚ୍ଚା କରିଛନ୍ତି ।
ସୂତ୍ର ମୁତାବକ, ଜେଡି ଭାନ୍ସ ଫୋନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲେ । ଏହି ସମୟରେ ମୋଦି ଭାନ୍ସଙ୍କୁ ସଫା ସଫା କହିଥିଲେ ଯେ, ଯଦି ପାକିସ୍ତାନ କିଛି କରେ ତାହେଲେ ଭାରତ କଡା ଜବାବ ଦେବ । ଯଦି ପାକିସ୍ତାନ ଗୁଳିଗୋଳା ନକରିବ ତାହେଲେ ଭାରତ ମଧ୍ୟ ଏଥିରୁ ନିବୃତ୍ତ ରହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746966582.jpg)