Advertisment

ଭାରତ କରୁଛି ବଡ ତୟାରି, ୯୬ ଘଣ୍ଟାରେ ହାତ ଟେକିଦେବ ପାକିସ୍ତାନୀ ସେନା!

୨୪ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେଣି ଦୁଇ ଦୁଇ ସେନା ମୁଖ୍ୟ। ଗତକାଲି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀଙ୍କ ସହ ମୋଦି ନିଜ ବାସଭବନରେ ଘଣ୍ଟାଏ ଧରି ଗୁପ୍ତ ବୈଠକ କରିବା ପରେ, ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ମଧ୍ୟ କରିଛନ୍ତି ୱାନ୍-ଅନ୍-ୱାନ୍ ମିଟିଂ।

pakistan

pakistan

Advertisment

ପହଲଗାମ ପ୍ରତିଶୋଧ ନେବାକୁ ଭାରତ କରୁଛି କି ବଡ଼ ତୟାରି ? ଲଗାତାର ଚଳଚଞ୍ଚଳ ରହିଛି ୭-ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ। ୩ ସେନା ମୁଖ୍ୟଙ୍କ ସହ ପୃଥକ ପୃଥକ ଭାବେ ମୋଦି କରୁଛନ୍ତି ଘନ ଘନ ବୈଠକ। ଗତରାତିରେ ନୌସେନା ମୁଖ୍ୟ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ବେଳେ, ଆଜି ପହଞ୍ଚିଥିଲେ ବାୟୁସେନା ମୁଖ୍ୟ। ଏଭଳି ସ୍ଥିତିରେ, ଭାରତ ଖୁବଶୀଘ୍ର କିଛି ବଡ଼ ଆକ୍ସନ ନେଇପାରେ ବୋଲି ଆଶା କରାଯାଉଥିବା ବେଳେ, ତେଣେ ପାକିସ୍ତାନ ସେନା ପୂରା ଛାନିଆ। କାହିଁକି, ଦେଖନ୍ତୁ ଏହି ରିପୋର୍ଟରେ।

Advertisment

୨୪ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେଣି ଦୁଇ ଦୁଇ ସେନା ମୁଖ୍ୟ। ଗତକାଲି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀଙ୍କ ସହ ମୋଦି ନିଜ ବାସଭବନରେ ଘଣ୍ଟାଏ ଧରି ଗୁପ୍ତ ବୈଠକ କରିବା ପରେ, ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ମଧ୍ୟ କରିଛନ୍ତି ୱାନ୍-ଅନ୍-ୱାନ୍ ମିଟିଂ। ତେବେ ବାୟୁସେନା ଓ ନୌସେନା ମୁଖ୍ୟଙ୍କ ସହ କଣ ଆଲୋଚନା ହୋଇଛି ସେନେଇ ସ୍ପଷ୍ଟ ହୋଇନଥିବା ବେଳେ, ପାକିସ୍ତାନ ବିରୋଧରେ କୌଣସି ବଡ଼ ଆକ୍ସନ୍ ପାଇଁ ଯୋଜନା ଚାଲିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଗତ ୩୦ ତାରିଖରେ ମୋଦିଙ୍କୁ ଭେଟିଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ। ଆଉ ଏହାର ୪ ଦିନ ପୂର୍ବରୁ, ଅର୍ଥାତ୍ ୨୬ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ, ଏନ୍ଏସ୍ଏ ଡୋଭାଲ୍, ସିଡିଏସ୍ ଏବଂ ୩ ସେନା ମୁଖ୍ୟଙ୍କ ସହ ଦେଢ଼ ଘଣ୍ଟା ବୈଠକ କରି, ପାକିସ୍ତାନ ବିରୋଧରେ ଆକ୍ସନ ପାଇଁ ଫ୍ରି ହ୍ୟାଣ୍ଡ୍ ଦେଇଥିଲେ ମୋଦି। ତେଣୁ ହୁଏତ ଖୁବଶୀଘ୍ର ପହଲଗାମ୍ ପ୍ରତିଶୋଧ ଭାବେ ଭାରତର କିଛି ବଡ଼ ଆକ୍ସନ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି।

୭ ଲୋକକଲ୍ୟାଣ ମାର୍ଗରେ ଏଭଳି ଘନ ଘନ ଟପ୍-ସିକ୍ରେଟ୍ ବୈଠକ କଥା ଶୁଣି, ପାକିସ୍ତାନର ପିଳେହି ପାଣି। ପିଓକେରେ ପ୍ରାୟ ହଜାରେ ମାଦ୍ରାସା ଖାଲି କରାଯିବା ସହ ସେଠାରେ ସେନା ଛାଉଣୀ ପାଇଁ ବନ୍ଦୋବସ୍ତ ଚାଲିଥିବା ସୂଚନା ମିଳିଛି। ଛୋଟ ଛୋଟ ପିଲାଙ୍କୁ ଷ୍ଟେଚରରେ ସୈନ୍ୟଙ୍କୁ ବୋହିବା, ଆହତଙ୍କ ସେବା ସୁଶ୍ରୁଷା କରିବା ଆଦିର ଟ୍ରେନିଂ ଦିଆଯାଉଥିବା କୁହାଯାଉଛି। ତେବେ ଏସବୁ ଭିତରେ ପଦାରେ ପଡ଼ିଛି ପାକିସ୍ତାନୀ ସେନାର ଅସଲ ଔକାତ୍। ଖବର ସରବରାହ ସଂସ୍ଥା ANIର ରିପୋର୍ଟ ଅନୁସାରେ, ଯଦି ଭାରତ ସହ ଯୁଦ୍ଧ ହୁଏ, ମୈଦାନରେ ମାତ୍ର ୪ ଦିନ ତିଷ୍ଠି ପାରିବ ପାକିସ୍ତାନ।

Advertisment

୯୬ ଘଣ୍ଟା ଭିତରେ ଖତମ୍ ହୋଇଯିବ ଗୋଳାବାରୁଦ। ପାକିସ୍ତାନ ନିକଟ ଅତୀତରେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ବିକି, ଟଙ୍କା ଲୋଭରେ ନିଜ ଅସ୍ତ୍ରାଗାର ଖାଲି କରି ଦେଇଥିବାରୁ ଏବେ ଚିନ୍ତାରେ ପଡ଼ିଛି। ସେନା ପାଖରେ M109 ହାୱିଟ୍ଜର୍ ପାଇଁ 155mm ଆର୍ଟିଲରି ସେଲ୍ ଓ BM-21 ସିଷ୍ଟମ୍ ପାଇଁ 122mm ରକେଟ୍ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ନାହିଁ। ଏଭଳି ଜଟିଳ ପ୍ରସଙ୍ଗକୁ ନେଇ ଗତ ୨ ତାରିଖରେ ପାକିସ୍ତାନର ସ୍ପେଶାଲ୍ କୋର୍ କମାଣ୍ଡର କନଫରେନ୍ସରେ ଉଦବେଗ ଓ ଆତଙ୍କ ପ୍ରକାଶ ପାଇଥିଲା ବୋଲି ସୂଚନା ମିଳିଛି। ସେପଟେ ପାକିସ୍ତାନ ଅର୍ଡନାନ୍ସ ଫ୍ୟାକ୍ଟ୍ରି ବା ଯୁଦ୍ଧ କାରଖାନା ପୁରୁଣାକାଳିଆ ହୋଇଥିବାରୁ ରାତାରାତି ସ୍ଥିତି ସୁଧାରିବା ବି ଅସମ୍ଭବ।... ଏପଟେ ଭାରତ ନିଜ ଅସ୍ତ୍ରଭଣ୍ଡାରକୁ ଆହୁରି ମଜବୁତ୍ କରିବାକୁ ନେଇଛି ବଡ଼ ପଦକ୍ଷେପ। ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ୍ ର ସମସ୍ତ ୧୨ଟି ଯାକ ଅର୍ଡନାନ୍ସ ଫ୍ୟାକ୍ଟିରେ ଆଗାମୀ ୨ ମାସ ଯାଏଁ କୌଣସି କର୍ମଚାରୀଙ୍କୁ ୨ ଦିନରୁ ଅଧିକ ଛୁଟି ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। MIL ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇନଥିଲେ ବି, କୌଣସି ଯୁଦ୍ଧ ବା ଜରୁରୀ ସ୍ଥିତି ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କରି, ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାରତର କଟ୍ଟର ବିରୋଧୀ ବିଲାୱଲ୍ ଭୁଟ୍ଟୋଙ୍କ ‘X’ ଆକାଉଣ୍ଟ ବ୍ୟାନ୍ କରିଛି ଭାରତ।

Advertisment

ଅଧିକ ପଢ଼ନ୍ତୁ: ଟଳିଗଲା ବଡ଼ ଅଘଟଣ: ବନ୍ୟାଞ୍ଚଳରେ ଜରୁରୀ ଅବତରଣ କଳା ବାୟୁସେନା ହେଲିକପ୍ଟରଜବତ, ୯ ଗିରଫ

India Indian Air Force Prime Minister Narendra Modi Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ