/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697774978.jpg)
male contraceptive
ଆଉ ସ୍ୱପ୍ନ ନୁହେଁ ପୁରୁଷ ଗର୍ଭ ନିରୋଧକ। ଏକ୍ଷେତ୍ରରେ ବଡ଼ ସଫଳତା ପାଇଛି ଇଣ୍ଡିଆନକାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ICMR। ଦୀର୍ଘ ୭ ବର୍ଷର ଗବେଷଣା ଓ ୩୦୩ ସୁସ୍ଥ ଭଲ୍ୟୁଣ୍ଟିଅରଙ୍କ ଦେହରେ ପ୍ରୟୋଗ ପରେ ଆସିଛି ଉତ୍ସାହ ଜନକ ପରିଣାମ । ଦୀର୍ଘ ଦିନ ଧରି ପୁରୁଷ ବଂଧ୍ୟାକରଣରେ ସହୟତା କରୁଥିବା ରିଭର୍ସିବଲ ଇନହିବିସନ ଅଫ ସ୍ପର୍ମ ଅଣ୍ଡର ଗାଇଡାନ୍ସ ବା RISUG ଇଂଜେକସନ ପ୍ରସ୍ତୁତ କରିଛନ୍ତି ICMR ବୈଜ୍ଞାନିକ।
Advertisment
ଏହା ସଂପୂର୍ଣ୍ଣ ନିରାପଦ ଓ ନିର୍ଭରଯୋଗ୍ୟ ବୋଲି କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପ୍ରତ୍ୟାବର୍ତ୍ତନଶୀଳ ବା ରିଭର୍ସିବଲ। ଅର୍ଥାତ୍ ଯେତେବେଳେ ବି ଚାହିଁବେ ଜଣେ ପୁରୁଷ ପୁଣି ପ୍ରଜନନ କ୍ଷମତା ଫେରିପାଇ ପାରିବ। ICMR ପ୍ରଥମ କରି ପୁରୁଷ ଗର୍ଭନିରୋଧକ ପ୍ରସ୍ତୁତିରେ ସଫଳତା ପାଇଥିବା ବେଳେ ଓପନ ଆକ୍ସେସ ଜର୍ଣ୍ଣାଲ ଆଣ୍ଡ୍ରୋଲୋଜିରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)