Advertisment

ଜଣେ କୁକୁର ବୁଲେଇ ବଦନାମ ହେଲେ, ଜଣେ କାଦୁଅରେ ଚାଲି ଚର୍ଚ୍ଚାକୁ ଆସିଲେ

ନିକଟରେ ଜଣେ ଆଇଏଏସ୍ ଅଧିକାରୀ ଷ୍ଟାଡିୟମରେ କୁକୁର ବୁଲେଇ ବଦନାମ ହୋଇଥିବା ବେଳେ ଆଉ ଜଣେ ଆଇଏଏସ୍ ଅଧିକାରୀ ନିଜର ମହନିୟତା ପାଇଁ ପ୍ରଶଂସା ପାଉଛନ୍ତି। ପଢନ୍ତୁ ପୂରା ଖବର…

author-image
Pramod Behera
ଅଦ୍ୟତନ ହୋଇଛି
IAS Keerthi Jalli’s image goes viral

IAS Keerthi Jalli’s image goes viral

ତାଙ୍କ ମୁହଁରେ ଫୁଟୁଛି ହସ। ଶାଢି ପିନ୍ଧି ସେ ଦେଖାଯାଉଛନ୍ତି ଅତି ସରଳ। ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ମହିଳା ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ଆଇଏଏସ୍ ଅଧିକାରୀ। ତାଙ୍କର ସରଳତା ପାଇଁ ସେ ବେଶ ଜଣାଶୁଣା। ସେ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ। ସୋସିଆଲ ମିଡିଆରେ ଏହି ମହିଳା ଆଇଏଏସ୍‌ଙ୍କ ଫଟୋ ଭାଇରାଲ ହେଉଥିବା ବେଳେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଥକୁ ନାହାନ୍ତି।

Advertisment

ଗୋଟିଏ ପଟେ ଆଇଏଏସ୍ ସଞ୍ଜୀବ ଖୀରୱାର ଏବଂ ତାଙ୍କ ପତ୍ନୀ ସଞ୍ଜିବ ଷ୍ଟାଡିୟମରେ କୁକୁର ବୁଲେଇ ବଦଳି ହୋଇଥିବା ବେଳେ ଅନ୍ୟ ପଟେ ଖାଲି ପାଦରେ କାଦୁଅରେ ଚାଳି ଆଉ ଜଣେ ମହିଳା ଆଇଏଏସ୍ ଅଧିକାରୀ ଲୋକଙ୍କୁ ସାହାଯ୍ୟ କରି ଲୋକଙ୍କ ହୃଦୟ ଜିତିଛନ୍ତି।

ଷ୍ଟାଡିୟମରେ କୁକୁର ବୁଲେଇବା ଅଭିଯୋଗରେ ସଞ୍ଜୀବ ଖୀରୱାରଙ୍କୁ ବଦଳି କରାଯାଇଥିବା ବେଳେ ଆସାମର କଛାର ଜିଲ୍ଲାର ଡେପୁଟି କମିଶନର କିର୍ତ୍ତୀ ଜଲ୍ଲୀ ନିଜ କାମକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଫଟୋଗୁଡ଼ିକ ଖୁବ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରୁ ଜଣାଯାଉଛି ଯେ ଅଧିକାରୀ ଜଣଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

Advertisment

ଏହି ଫଟୋକୁ ଶେୟାର କରି ଆଇଏଫ୍‌ଏସ୍‌ ଅନୁପମ ଶର୍ମା କହିଛନ୍ତି- ଉଭୟ ଫଟୋରେ ଦେଖାଯାଇଥିବା ଅଧିକାରୀମାନେ ୟୁପିଏସ୍‌ସି ପରୀକ୍ଷାକୁ ପାସ୍‌ କରିଛନ୍ତି। ବାର୍ତ୍ତା ସରଳ - ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଚାକିରି ପାଇବା ପରେ ଆପଣ କ’ଣ କରନ୍ତି ତାହା ଅଧିକ ମହତ୍ୱ ରଖେ। ମାନବିକତାରୁ ହିଁ ପ୍ରକୃତ ସମ୍ମାନ ମିଳେ। ଏଥି ସହିତ ଆଇଏଏସ୍

ଅବନୀଶ ଶରଣ ମଧ୍ୟ ଫଟୋ ଶେୟାର କରି ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି। ଫଟୋଗୁଡ଼ିକୁ ଦେଖି ଲୋକମାନେ ତାଙ୍କ ସରଳତାର ଉଦାହରଣ ଦେଉଛନ୍ତି। ସେ ଏକ ଶାଢୀ ପିନ୍ଧିଛନ୍ତି ଏବଂ  ଅତି ସରଳ ଦେଖାଯାଉଛନ୍ତି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଓ ସେମାନଙ୍କ ସମସ୍ୟା ଶୁଣିବା ପାଇଁ ସେ ସିଧା କାଦୁଅ ଭିତରକୁ ପଶୁଥିବା ଏହି ଫଟୋଗୁଡିକରେ ଦେଖାଯାଏ।

ପ୍ରକାଶଥାଉ ଯେ ଆସାମର ଲୋକମାନେ କିର୍ତ୍ତୀ ଜଲ୍ଲୀଙ୍କୁ ବହୁତ ପସନ୍ଦ କରନ୍ତି। ସେ କରୋନା ସମୟରେ ଲୋକଙ୍କୁ ଖୁବ୍ ସାହାଯ୍ୟ ମଧ୍ୟ କରିଥିଲେ। ଏହି ସମୟରେ ସେ ବିବାହ କରିଥିଲେ, କିନ୍ତୁ ପରଦିନ ନିଜ କର୍ତ୍ତବ୍ୟ ସ୍ଥଳକୁ ଛୁଟି ଯାଇଥିଲେ।

Viral News
Advertisment
Advertisment