• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଆ ହେଲେ ବହୁଚର୍ଚ୍ଚିତ ଆଇଏଏସ୍ ଟିନା ଡାବି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜୟପୁରର ଏକ ହସ୍ପିଟାଲରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଟିନା ଡାବି ଏବଂ ତାଙ୍କ ସ୍ୱାମୀ ପ୍ରଦୀପ ଗୱାଣ୍ଡେ ବିବାହର ଏକ ବର୍ଷ ପରେ ଏକ ସନ୍ତାନର ବାପାମା’ ହୋଇଛନ୍ତି । ଘରକୁ କୁନି ଅତିଥି ଆସିବା ପରେ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ନିକଟରେ ଟିନା ଡାବିଙ୍କର ବେବି ସାୱାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଟିନା ଡାବିଙ୍କ ଭଉଣୀ ତାଙ୍କ ଫଟୋ ସବୁ ସେୟାର କରିଥିଲେ । ସ୍ୱାମୀ ପ୍ରଦୀପ ଗୱାଣ୍ଡେଙ୍କ ସହ ଟିନାଙ୍କର ଫଟୋକୁ ଲୋକେ ବେଶ ପସନ୍ଦ ଆସିଥିଲା । ଆଉ ତା’ପରେ ଜଣେ ବୃଦ୍ଧ ମହିଳା ପୁତ୍ର ସନ୍ତାନ ହେଉ ବୋଲି ଟିନା ଡାବିଙ୍କୁ ଆଶୀର୍ବାଦ ଦେଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହା ପୂର୍ବରୁ ଟିନା ଡାବି ଗର୍ଭବତୀ ଥିବା ହେତୁ ଜୟପୁରରେ ଏକ ଅଣ-ଆଞ୍ଚଳିକ ପଦବୀ ଦାବି କରିଥିଲେ ଟିନା ଡାବି । କାରଣ ତାଙ୍କୁ ମାତୃତ୍ୱ ଛୁଟିରେ ରହିବାର ଥିଲା ।  IAS ଟପ୍ପର ଟିନା ଡାବି ଜୈସଲମେରର ପ୍ରଥମ ମହିଳା ଜିଲ୍ଲା କଲେକ୍ଟର ହୋଇଥିଲେ । ଜୈସଲମେର ଛାଡ଼ିବା ପୂର୍ବରୁ କିଛି ଫଟୋ ସେୟାର କରି ଟିନା ଲେଖିଥିଲ, “ଜୈସଲମେରରେ ଜିଲ୍ଲାପାଳ ହୋଇ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଏଠାରେ କାମ କରିବାର ଅନୁଭବ ବହୁତ ଭଲ ଥିଲା। ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି ସେ ଲେଖିଥିଲେ ।

ତେବେ ଜୈସଲମେରର ଜିଲ୍ଲା କଲେକ୍ଟର ହେବା ପୂର୍ବରୁ ଟିନା ଡାବି ରାଜସ୍ଥାନ ଅର୍ଥ ବିଭାଗରେ ଯୁଗ୍ମ ସଚିବ ଥିଲେ । କୋଭିଡ ମହାମାରୀ ସମୟରେ ଟିନା ଡାବି ପ୍ରଦୀପ ଗୱାଣ୍ଡେଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ ଟିନା ଡାବି ୨୦୧୫ରେ ଆାଇଏଏସ୍ ଟପ୍ପର ହୋଇଥିବା ବେଳେ ତାଙ୍କର ପୂର୍ବତନ ସ୍ୱାମୀ ଆଥର ଆମିର ସେକେଣ୍ଡ ଟପ୍ପର ହୋଇଥିଲେ । ତେବେ ସେହି ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା । ୨୦୧୮ରେ ଦୁହେଁ ବିବାହ କରିଥିବାବେଳେ ୨୦୨୧ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା ।