/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664776636.jpg)
Indigenously Developed Light Combat Helicopter
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ପ୍ରଥମର ଥର ପାଇଁ ବାୟୁସେନାରେ ସାମିଲ ହେବ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀଙ୍କ ଉପସ୍ଥିତିରେ ରାଜସ୍ଥାନର ଯୋଧପୁରରେ ଏହାକୁ ସାମିଲ କରାଯିବ ।
ହାଲ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର୍ର ଓଜନ ୫.୮ ଟନ୍ । ଏହି ଅତ୍ୟାଧୁନିକ ହେଲିକପ୍ଟର ରାତିରେ ମଧ୍ୟ ଆକ୍ରମଣ କରିପାରିବ । ଏହି ଲଢୁଆ ହେଲିକପ୍ଟର ୫ହଜାର ମିଟର ଉଚ୍ଚତାରେ ଉଡାଣ ଭରିବା ସହ ଯେ କୌଣସି ପରିସ୍ଥିତିରେ ଅବତରଣ କରିପାରିବ । ବାୟୁସେନାରେ ସାମିଲ ପୂର୍ବରୁ ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ଅନେକ ଥର ଲଦାଖ ଓ ମରୁଭୂମି ଅଂଚଳରେ ପରୀକ୍ଷାମୂଳକ ଉଡାଣ କରାଯାଇଛି ।
ଗତ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ୧୫ଟି ଲଢୁଆ ହେଲିକପ୍ଟର କିଣିବା ପାଇଁ ମଞ୍ଜୁରୀ ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)