• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆକାଶରେ ଆଉ ଉଡିବନି ମିଗ୍‌-୨୧ ଯୁଦ୍ଧ ବିମାନ। ୨୦୨୫ ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ମିଗ୍-୨୧ ବିମାନ ସେବାରୁ ନିବୃତ୍ତ ହେବ । ଆସନ୍ତା ସେପ୍ଟେମ୍ବର ୩୦ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଯାହା ପରେ ଆସନ୍ତା ୩ ବର୍ଷ ମଧ୍ୟରେ ହିଁ ବାକି ଥିବା ୩ଟି ସ୍କ୍ୱାର୍ଡନକୁ ବନ୍ଦ କରାଯିବ। ତେବେ ୧୯୯୯ କାର୍ଗିଲ ବିଜୟ ଓ ୨୦୧୯ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍କୁ ସଫଳ କରାଇଥିଲା ଏହି ‘MIG-21’ ବିମାନ । ଆଉ ଏବେ ଏହି ଲଢୁଆ ବିମାନ ଅବସର ନେବ।

ସୂଚନା ନୁସାରେ, ଗତ ଗୁରୁବାର ସଂଧ୍ୟାରେ ରାଜସ୍ଥାନର ବାରମେରରେ ‘MIG-21’ର ଏକ ଟ୍ରେନର ଏୟାରକ୍ରାଫ୍ଟ ରାଜସ୍ଥାନର ବାରମେର୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଫଳରେ ଦୁଇ ପାଇଲଟ୍ ଫ୍ଲାଇଟ ଲେଫ୍ଟନାଣ୍ଟ ଏ. ବାଲା ଓ ଓ୍ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ‘MIG-21’ କୁ ଭାରତୀୟ ବାୟୁସେନା ସେବାରୁ ନିବୃତ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ ଗତ କିଛି ବର୍ଷ ଧରି ମିଗ୍-୨୧ ଦୁର୍ଘଟଣା ବୃଦ୍ଧି ପାଇଛି । ଏମିତିକି ବିଭିନ୍ନ ସମୟରେ ମିଗ୍ ବିମାନ ଦୁର୍ଘଟଣାରେ ୨୦୦ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଯାହା ପରେ ଏହି ବିମାନକୁ ଭାରତୀୟ ସେନାରୁ ଅବସର ଦେବାକୁ ଆଲୋଚନା ମଧ୍ୟ କରାଯାଇଆସୁଥିଲା ।

ବାୟୁସେନା ପକ୍ଷର ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଶ୍ରୀନଗରରେ ଅବସ୍ଥାପିତ ‘MIG-21’ ର ଗୋଟିଏ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ଯାହାର ଠିକ୍ ୩ ବର୍ଷ ତଥା ୨୦୨୫ ଶେଷ ସୁଦ୍ଧା ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଅବସର ଦିଆଯିବ । କ୍ରମାଗତ ଭାବରେ ୨୦୨୩ରେ, ୨୦୨୪ ଓ ୨୦୨୫ରେ ଶେଷ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ଫଳରେ ୨୦୨୫ ଶେଷ ସୁଦ୍ଧା ଭାରତୀୟ ସେନାରୁ ‘MIG-21’ ବିମାନ ସେବା ବନ୍ଦ ହେବ।