Advertisment

ଭାରତର ବଡ଼ ଧନୀ: ପକେଟ୍‌ରେ ଟଙ୍କା ନଥାଏ କି ପାଖରେ କାର୍ଡ ବି ନଥାଏ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ କେବଳ ଆମ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ବେଶ୍‌ ପ୍ରସିଦ୍ଧ ଅର୍ଥାତ୍‌ ତାଙ୍କୁ ସମସ୍ତେ ଜାଣନ୍ତୁ । ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସାମିଲ ହୋଇଛନ୍ତି । ତେଣୁ ତାଙ୍କର ପ୍ରତ୍ୟେକ କଥା ବା ସାକ୍ଷାତ୍‌କାର ଭାଇରାଲ ହେବା ସ୍ୱାଭାବିକ ।

author-image
Sarbeswar
ଅଦ୍ୟତନ ହୋଇଛି
Mukesh Ambani

Mukesh Ambani

ଚର୍ଚ୍ଚାରେ ମୁକେଶ ଅମ୍ବାନୀ । ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଏକ ସାକ୍ଷାତ୍‌କାର ଦେଉଛନ୍ତି । ଆଉ ଏହି ସାକ୍ଷାତ୍‌କାରକୁ ନେଇ ବଢିଛି ଚର୍ଚ୍ଚା । ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ମୁକେଶ ନିଜେ କହିଛନ୍ତି ମୁଁ କେବେ ପକେଟ୍‌ରେ ଟଙ୍କା ରଖେନାହିଁ । ଏହା ମୋର ପିଲାଦିନରୁ ଅଭ୍ୟାସ ରହିଛି । ଖାଲି ଟଙ୍କା ନୁହେଁ ବରଂ କ୍ରେଡିଟ୍‌ କାର୍ଡ ବି ରୁହେନାହିଁ । ଏକଥା କହିବା ପରେ ସେ ନିଜେ ହସିବାକୁ ଲାଗିଛନ୍ତି । ଯାହାର ଭିଡିଓ ଏବେ ବି ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ କେବଳ ଆମ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ବେଶ୍‌ ପ୍ରସିଦ୍ଧ ଅର୍ଥାତ୍‌ ତାଙ୍କୁ ସମସ୍ତେ ଜାଣନ୍ତୁ । ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସାମିଲ ହୋଇଛନ୍ତି । ତେଣୁ ତାଙ୍କର ପ୍ରତ୍ୟେକ କଥା ବା ସାକ୍ଷାତ୍‌କାର ଭାଇରାଲ ହେବା ସ୍ୱାଭାବିକ ।

ତେବେ ମୁକେଶ ଅମ୍ବାନୀଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସାକ୍ଷାତ୍‌କାର ସମୟରେ ଯେତେବେଳେ ମୁକେଶ ଅମ୍ବାନୀଙ୍କୁ ପଚରାଯାଇଥିଲା ଯେ ଆପଣଙ୍କ ପାଇଁ ଅର୍ଥର ମୂଲ୍ୟ କ’ଣ ? ସେ ଦେଇଥିବା ଉତ୍ତର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେ ଅତି ଭଦ୍ର ଭାବରେ କହିଥିଲେ ଯେ ‘ବ୍ୟକ୍ତିଗତ ଭାବେ ଖୁବ୍ କମ୍ ଲୋକ ଏକଥା ଜାଣନ୍ତି ଯେ ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋ ପକେଟରେ ଟଙ୍କା ରଖେ ନାହିଁ ।

Advertisment

ମୋର କୌଣସି କ୍ରେଡିଟ୍ କାର୍ଡ ବି ନାହିଁ।’ ବିଲ୍‌ ପୈଠ ପାଇଁ ତ‌ାଙ୍କ ସହ କେହି ନା କେହି ନିଶ୍ଚୟ ଥ‌ାଆନ୍ତି ବୋଲି ସେ କହୁଥିବାର ଭିଡିଓରେ ଶୁଣିବାକୁ ମିଳିଛି । ତେବେ ଅମ୍ବାନୀ ଏତେ ଧନୀ ହେବା ପରେ ବି ପକେଟ୍‌ରେ ଟଙ୍କା କି କ୍ରେଡିଟ୍‌ କାର୍ଡ ନେଉନଥିବା କଥା ସହଜରେ ବିଶ୍ୱାସ ହେଉନଥିଲେ ବି ପୂରା ସତ ।

Mukesh Ambani Credit Card
Advertisment
Advertisment