Advertisment

୭ ବର୍ଷରେ ୧୧୭ ଥର କଟିଲାଣି ଫାଇନ୍‌, ହେଲେ ଥରେ ବି ଦେଇନାହାନ୍ତି ଜୋରିମାନା...

ଦିନକୁ ଦନ ଦେଶରେ ଦୁର୍ଘଟଣା ସଂଖ୍ୟା ବଢୁଛି। ତେଣୁ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିବା ସହ ଟ୍ରାଫିକ୍‌ କଟକଣାକୁ ଅଧିକ ସୁଦୃଢ କରୁଛନ୍ତି।

author-image
Sarbeswar
ନୂଆ ଟ୍ରାଫିକ୍ ନିୟମ : ଆଉ ଗାଡ଼ି ଅଟକାଇବେ ନାହିଁ ଟ୍ରାଫିକ୍ ପୋଲିସ୍, ଅଯଥାରେ ହେବ ନାହିଁ ଚେକିଂ

New Traffic Rul

ନୂଆଦିଲ୍ଲୀ: ଟ୍ରାଫିକ୍‌ ନିୟମ ଯେତେ କଡ଼ାକଡ଼ି କଲେ ବି ଗଳାବାଟ ଦେଇ କେଉଁଠି ନା କେଉଁଠି ଖସିଯାଉଛନ୍ତି ଲୋକେ। ଆଉ ସେମାନଙ୍କୁ ଧରିବା ଲାଗି ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେଉଛି। ତେବେ ହାଇଦ୍ରାବାଦ ଟ୍ରାଫିକ ପୁଲିସ ଏମିତି ଜଣେ ଗାଡି ଚାଳକଙ୍କୁ ଧରିଛି ଯାହାଙ୍କ ନାଁରେ ଏବେ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବ୍ୟକ୍ତି ଜଣକ ଏତେ ମାତ୍ରାରେ ବୁଦ୍ଧିଆ ଯେ, ଏତେ ଥର ଚାଲାଣ କଟିବା ପରେ ମଧ୍ୟ ପୋଲିସ୍‌କୁ ଚକମା ଦେଇ ସେ ରାସ୍ତାରେ ଗାଡ଼ି ଚଳାଉଛନ୍ତି। ସୂଚନା ଅନୁସାରେ ୭ ବର୍ଷ ମଧ୍ୟରେ ହାଇଦ୍ରାବାଦର ଫରୀଦ ନାମକ ବ୍ୟକ୍ତିଙ୍କ ନାଁରେ ୧୧୭ ଥର ଜୋରିମାନା କଟିବା ସହ ୩୦ ହଜାର ଟଙ୍କାର ଚାଲାଣ କଟାଯାଇଛି। କିନ୍ତୁ ସେ ଥରେ ହେଲେ ବି ଟଙ୍କା ଦେଇନାହାନ୍ତି ବରଂ ନିର୍ଦ୍ୱନ୍ଦ୍ୱରେ ରାସ୍ତାରେ ଘାଏଁ ଘାଏଁ ଗାଡ଼ି ଚଳାଉଛନ୍ତି।

Advertisment

ଦିନକୁ ଦନ ଦେଶରେ ଦୁର୍ଘଟଣା ସଂଖ୍ୟା ବଢୁଛି। ତେଣୁ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିବା ସହ ଟ୍ରାଫିକ୍‌ କଟକଣାକୁ ଅଧିକ ସୁଦୃଢ କରୁଛନ୍ତି। ଏମିତିକି ପୋଲିସ୍‌ ନଜରରୁ ଖସିଗଲେ ବି ସିସିଟିଭି ନଜରରୁ ଖସିପାରୁନାହାନ୍ତି ଚାଳକ। କିନ୍ତୁ ଲୋକମାନେ ସୁଧୁରିବାରେ ନା ଧରୁନାହାନ୍ତି। ଯାହାର ଜଳନ୍ତ୍ୱ ଉଦାହରଣ ହାଇଦ୍ରାବାଦ୍‌ରେ ଦେଖିବାକୁ ମିଳିଛି। ଗୋଟିଏ ପଟୋ ଟ୍ରାଫିକ୍‌ ନିୟମ ଭାଙ୍ଗିଲୋ ଲୋକଙ୍କୁ ନିସ୍ତାର ମିଳୁନାହିଁ। ଆଉ ଏପଟେ ଥରେ ନୁହେଁ ଦୁଇ ଥର ନୁହେଁ ୧୧୭ ଟ୍ରାଫିକ୍‌ ନିୟମ ଭାଙ୍ଗିବା ପରେ ମଧ୍ୟ ରାସ୍ତାରେ ଖୁଲମଖୁଲା ବୁଲୁଛନ୍ତି ଗାଡ଼ି ଚାଳକ।

ହାଇଦ୍ରାବାଦରେ ନିୟମିତ ଟ୍ରାଫିକ ଚେକିଂ ଚାଲୁଥିବା ବେଳେ ଫରୀଦଙ୍କୁ ଧରିଛି ପୋଲିସ। ଆଉ ଗାଡିର ପଞ୍ଜୀକରଣ କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଫରୀଦଙ୍କ ନାଁ ୧୧୭ ଥର ଚାଲାଣ କଟାଯାଇଛି ଏବଂ ୨୯,୭୨୦ ଟଙ୍କାର ଜରିମାନା ଦେବାକୁ ବାକି ରହିଛି ।

Advertisment

ପୋଲିସ୍‌ର କହିବା ଅନୁସାରେ, ନିୟମିତ ଚେକିଂ ବେଳେ ଧରାପଡ଼ିଥିଲେ ଫରୀଦ। ଆଉ ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା କି ୭ ବର୍ଷ ମଧ୍ୟରେ ପୋଲିସ୍‌ ତାଙ୍କ ନାଁରେ ୧୧୭ ଥର ଚାଲାଣ କାଟିଛି। ଆଉ ତାଙ୍କ ନାଁରେ ୩୦ ହଜାର ଟଙ୍କାର ଜୋରିମାନା ମଧ୍ୟ ରହିଛି। କିନ୍ତୁ କେମିତି ସେ ଏତେ ଦିନ ଧରି ରାସ୍ତାରେ ଗାଡ଼ି ଚଳାଇପାରୁଥିଲେ ତାହା ଆଶ୍ଚର୍ଯ୍ୟର କଥା ବୋଲି ପୋଲିସ୍‌ କହିଛି। ତେବେ ପୋଲିସ୍ ଏବେ ଫରୀଦଙ୍କ ସ୍କୁଟିକୁ ଜବତ କରିବା ସହ ବକେୟା ଜୋରିମାନ ଟଙ୍କା ଆଦାୟ ହେବ ବୋଲି କହିଛି।

Hyderabad Man Caught With 117 Pending Challans
Advertisment
Advertisment